om academy

ସଦ୍ ଗୁରୁ ହିଁ ସତ୍ ଛାତ୍ରର ଶ୍ରେଷ୍ଠ ନିର୍ଣ୍ଣାୟକ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସଦ୍ ଗୁରୁ ହିଁ ସତ୍ ଛାତ୍ରର ଓ ସତ୍ ସମାଜର ଶ୍ରେଷ୍ଠ ନିର୍ଣ୍ଣାୟକ ବୋଲି ଅରିଶଲ ଗ୍ରାମ ପଞ୍ଚାୟତ ଅଧୀନ ଖଣ୍ଡିଗାଁ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶତୃଘ୍ନ ପ୍ରଧାନଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭାରେ ମାନ୍ୟଗଣ୍ୟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଡେଲାଙ୍ଗ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଖଣ୍ଡିମଙ୍ଗଳପୁର ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସୁସାହିତ୍ୟିକ ସନ୍ତୋଷ କୁମାର ମିଶ୍ର ସଭା ମଞ୍ଚର ସୁସଂଯୋଜନା, ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପିପିଲିର ପ୍ରାକ୍ତନ ଡି. ଆଇ. ସଚ୍ଚିଦାନନ୍ଦ ପ୍ରଧାନ ସୁଆଚାର ଓ ସୁବିଚାର ଉପରେ ଗୁରୁତ୍ୱାରୋପ କରିଥିଲାବେଳେ ମୁଖ୍ୟ ବକ୍ତା ପୂର୍ବତନ ବିଇଓ ପ୍ରମୋଦ କୁମାର ପରିଡ଼ା ଲୋଭ, ମୋହ ଓ କ୍ରୋଦ୍ଧରୁ ଉର୍ଦ୍ଧରେ ରହି ପ୍ରତ୍ୟେକ ନିଜ ନିଜର କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଅନାଦି ବାରିକ୍, ସର୍ବେଶ୍ୱର ଭୁଜବଳ, ପ୍ରଧାନ ଶିକ୍ଷକ ଦାମୋଦର ରଥ, ପିପିଲି ଚଉଦମାଣ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଗର ପ୍ରଧାନ ପ୍ରମୁଖ ବକ୍ତବ୍ୟରେ ବିଦ୍ୟାଳୟ ପାଇଁ ତାଙ୍କର ଅବଦାନ, କର୍ମ ନିଷ୍ଠା ଓ ସତ୍ ଚେଷ୍ଟା ଓ ନିଷ୍ଠା ଉପରେ ଆଲୋକପାତ କରିଥିଲେ । ସ୍ଥାନୀୟ ସିଆର୍‌ସିସି ଅଭିମନ୍ୟୁ ପ୍ରଧାନ ଓ ଶିକ୍ଷକ ବୈକୁଣ୍ଠ ପ୍ରଧାନଙ୍କ ବାଲ୍ୟକାଳର ଅଭୁଲା ସ୍ମୃତି ବର୍ଣ୍ଣନା ଆଜିର ସମାଜ ପାଇଁ ବେଶ୍ ରୁଚିକର ଓ ଶିକ୍ଷଣୀୟ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସଂଘ ଉପସଭାପତି ସୂର୍ଯ୍ୟ ନାରାୟଣ ସେଠୀ, ପ୍ରଧାନ ଶିକ୍ଷକ ଅଶ୍ୱିନୀ ସ୍ଵାଇଁ, ଗୋପାଳ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ, ବିଇଓଙ୍କ କାର୍ଯ୍ୟାଳୟ କର୍ମଚାରୀ ନବ ମିଶ୍ର, ସିଆର୍‌ସିସି ଦୁର୍ଯ୍ୟୋଧନ ପ୍ରଧାନ ପ୍ରମୁଖ ଶ୍ରୀଯୁକ୍ତ ପ୍ରଧାନଙ୍କ ମହତ କାର୍ଯ୍ୟାବଳୀକୁ ଉତ୍ଥାପନ କରି ପ୍ରତ୍ୟେକ ନିଜ ନିଜର ବୃତ୍ତି ଓ କର୍ତ୍ତବ୍ୟକୁ ସଠିକ୍ ଭାବେ ଅନୁପାଳନ କଲେ ସୁବ୍ୟବସ୍ଥିତ ଓ ସୁଶୃଖଳିତ ସମାଜର ପରିକଳ୍ପିତ ଲକ୍ଷ୍ୟ ପରିପୂର୍ଣ୍ଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଅଙ୍ଗନୱାଡ଼ି ଜିଲ୍ଲା ସଂଘ ସଭାପତି ତଥା ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଜ୍ୟୋତ୍ସ୍ନାମୟୀ ସାହୁ ଓ ବିଦ୍ୟାଳୟର ସହକର୍ମୀ ଶିକ୍ଷକ କବିଚନ୍ଦ୍ର ଭୋଳଙ୍କ ଶ୍ରୀଯୁକ୍ତ ପ୍ରଧାନଙ୍କ ଉଦେଶ୍ୟରେ ବର୍ଣ୍ଣିତ ଆବେଗପୂର୍ଣ୍ଣ ବକ୍ତବ୍ୟରେ ସଭାରେ ଆବେଗମୟ ପରିବେଶ ସୃଷ୍ଟି ହୋଇଥିଲା । ଶିକ୍ଷକ ଦିଲ୍ଲୀପ ସାହୁ, ଫକିର ଦାସ, ଦାଶରଥି ନାୟକ, କୃତିବାସ ବାରିକ, ତପନ ରଥ, ସୁନିଲ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ରବିନ୍ଦ୍ର ବିଶ୍ୱାଳ, ପ୍ରଭାତ ଜେନା, ଅଧିକାରୀ ସାହୁ, ବିଶ୍ୱନାଥ ପ୍ରଧାନ, ହେମନ୍ତ ପରିଡ଼ା, ବିଇଓଙ୍କ କାର୍ଯ୍ୟାଳୟ କର୍ମଚାରୀ ଅନିଲ ପ୍ରଧାନ, ବାବୁଲି ତାଡ଼, ସିଆର୍‌ସିସି ଜଗନ୍ନାଥ ପରିଡ଼ା, ଶିକ୍ଷୟିତ୍ରୀ ଶିବାନୀ ମିଶ୍ର, ଅମିତା ମହାନ୍ତି, ଝରଣା ପ୍ରଧାନ, ରଶ୍ମିତା ମଲ୍ଲିକ, ରୀତା ସ୍ଵାଇଁ, ଶାନ୍ତିଲତା ମାଝୀ, ସୁନି ହେମ୍ବ୍ରମ୍, ଗାୟତ୍ରୀ ମହାପାତ୍ର, ଜୟନ୍ତୀ ମାଝୀ, ପ୍ରମିଳା ମାରାଣ୍ଡି ପ୍ରମୁଖ ଯୋଗଦେଇ ଉତ୍ସବକୁ ସମୁତ୍ସାହିତ କରିବା ସହ ଶ୍ରୀଯୁକ୍ତ ପ୍ରଧାନଙ୍କ ନିରାମୟ ଜୀବନ କାମନା କରିଥିଲେ । ଶ୍ରୀଯୁକ୍ତ ପ୍ରଧାନଙ୍କୁ ସଭାରେ ମାନପତ୍ର, ପୁଷ୍ପଗୁଚ୍ଛ ଉତ୍ତରୀୟ, ଉପଢୌକନ ସହ ସମ୍ବର୍ନ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ସ୍ଵାଗତ ସଂଗୀତ ଗାଇଥିଲେ । ପରିଚାଳନା କମିଟି ସଭାପତି ଅଜୟ ମାଝୀ, ପଞ୍ଚାନନ ଧଳ, ସଭ୍ୟ ନିରଞ୍ଜନ ପ୍ରଧାନ, ସଭ୍ୟ ସଭ୍ୟା, ଗ୍ରାମ ବାସୀ, ଶିକ୍ଷକ, ଶିକ୍ଷୟିତ୍ରୀ, ସୁପୁତ୍ର ସତ୍ୟନାରାୟଣ ଓ କନ୍ୟା ଶ୍ରାବଣୀ ଏଥିରେ ପୂର୍ଣ୍ଣ ସହଯୋଗ କରି ସଭାକୁ ସଫଳ କରିଥିଲେ ।

Leave A Reply

Your email address will not be published.