ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜୁବାବୁଙ୍କ ସ୍ମୃତିର ରୂପରେଖକୁ ପ୍ରତିପାଦନ କରିବା ପୂର୍ବକ ତାଙ୍କ ପ୍ରତିମୂର୍ତ୍ତି ଓ ବିଜୁବାବୁଙ୍କ ଅତିପ୍ରିୟ ବ୍ୟବହାରିକ ଡାକୋଟା ବିମାନର ଏକ ମଡେଲ ନିର୍ମାଣ କରାଯାଇ ପବିତ୍ର ପଞ୍ଚାୟତରାଜ ଦିବସ ଅବା କଳିଙ୍ଗର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମଦିବସ ଅବସରରେ ଛତ୍ରପୁର ସରକାରୀ ଆଇଟିଆଇ ପକ୍ଷରୁ ଏକ ଭବ୍ୟ ସାନ୍ଧ୍ୟ ସମାରୋହରେ ଲୋକାର୍ପଣ କରାଯାଇଛି । ଆନୁଷ୍ଠାନିକ ସମାରୋହରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ମିଳିତ ହସ୍ତରେ ଉଦ୍ଘାଟିତ ହୋଇଯାଇଛି । ଏହା ଯେ’ ସମାଜକୁ ଅନେକ ଦିଗନ୍ତ ବାର୍ତ୍ତା ବହନ କରିଛି । ଏଥିପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ପ୍ରିୟବ୍ରତ ପଣ୍ଡାଙ୍କୁ ଅନେକ ସାଧୁବାଦ ଜଣାଇଛନ୍ତି ।
ଛତ୍ରପୁରର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ୨୫ ବର୍ଷ ପୂର୍ତ୍ତି ପାଳନ ହେବାକୁଥିବା ବେଳେ ଉକ୍ତ ଶିକ୍ଷାନୁଷ୍ଠାନ ନିଜର କଳା ଓ କୌଶଳ ପ୍ରତିପାଦନ କରି ଗୌରବ ହାସଲ କରିପାରିଛି । ଛତ୍ରପୁର ସରକାରୀ ଆଇଟିଆଇର ଶିକ୍ଷକ ଅଭିନବ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଦୀପକ କୁମାର ସାହୁ, ସତ୍ୟନାରାୟଣ ଗୌଡ଼, ବି.ଚନ୍ଦ୍ରଶେଖର ରାଓ, ସୁଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗରେ ଏବଂ କୁଶଳୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନିର୍ମାଣ ହୋଇଛି । କେତେକ ଲୋହ-ବର୍ଜ୍ୟବସ୍ତୁକୁ ନେଇ ବିଜୁବାବୁଙ୍କ ୮ ଫୁଟର ପ୍ରତିମୂର୍ତ୍ତି ଏବଂ ବିଜୁବାବୁଙ୍କ ସଦବ୍ୟବହାରରେ ଆସିଥିବା ଡାକୋଟା ବିମାନର ଏକ ମଡେଲ ତିଆରି କରି ଚର୍ଚ୍ଚାର ପରିଧିକୁ ଆସି ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛନ୍ତି । ଡାକୋଟା ବିମାନର ଉଚ୍ଚତା ୭ଫୁଟ, ଲମ୍ବ ୨୦ଫୁଟ, ପ୍ରସ୍ଥ ୨୬ଫୁଟର ନିର୍ମାଣ ଶୈଳୀ ମଧ୍ୟ ସମସ୍ତଙ୍କୁ ବେଶ ଚକିତ କରିଛି । ଯାହାକି ଗଞ୍ଜାମ ଜିଲ୍ଲାର ସଦର ମହକୁମାବାସୀ ଡାକୋଟା ବିମାନକୁ ଦେଖି ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି ।