
ନୂଆଦିଲ୍ଲୀ, (ପିଆଇବି) : ଗତକାଲି ଅପରାହ୍ନରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର ନିର୍ମାଣଧୀନ ଟନେଲ ନମ୍ବର ୪ରେ ଢିଲା ମାଟି ଗଠନ ଏବଂ ଏହି ଅଞ୍ଚଳରେ ନିରନ୍ତର ବର୍ଷା ଯୋଗୁଁ ଏକ ହାଲୁକା ମାଟି ଧସିବାର ଘଟଣା ଘଟିଛି । କାର୍ଯ୍ୟରତ ଶ୍ରମିକ କିମ୍ବା ଯନ୍ତ୍ରପାତି ଉପରେ କୌଣସି ପ୍ରଭାବ ପଡ଼ିନାହିଁ, ଏବଂ ଏହି ଘଟଣା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତିକୁ ପ୍ରଭାବିତ କରିବ ନାହିଁ । ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଏବଂ ଯୋଜନା ଅନୁଯାୟୀ କାମ ଜାରି ରହିଛି ।