ଅଧାପନ୍ତରିଆ ପୋଲ : ଚିନ୍ତାରେ ଚାଷୀକୂଳ ପୋଲ ନିର୍ମାଣ କରିବାକୁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଖଣ୍ଡିଝରଣ ଡ୍ୟାମ୍‌ କ୍ଷୁଦ୍ର ଜଳସେଚନ ବିଭାଗ ପାଇକମାଲ ଦ୍ୱାରା ପରିଚାଳିତ ବାମପାର୍ଶ୍ଵ କେନାଲର ଦେଶୀ ମଦଭାଟି ପଡାର ମଧ୍ୟରେ ପୋଲ ଅଧାପନ୍ତରିଆ ହୋଇପଡିରହିଛି । ଏହି ପୋଲ ଦେଇ କେନାଲ ପାଣି ପାଇକମାଲ, ନୂଆଗାଁ, କେନାବୁଦା, ମାଣ୍ଡିଆପା ଓ ମହାରାଣୀ ମେରିପୁରର ଚାଷୀଙ୍କ ଜମିକୁ ସଂଯୋଗ ହୋଇଛି । ଏହି ପୋଲ ଅଧାପନ୍ତରିଆ ଭାବରେ ରହିଥିବାରୁ ଏହି ପାଞ୍ଚ ଖଣ୍ଡ ଗ୍ରାମର ଚାଷୀ ଆଗାମୀ ଦିନରେ ବର୍ଷା ଛାଡିଦେଲେ ହଜାର ହଜାର ଏକର ଜମିରେ ମରୁଡିର ସ୍ଥିତି ଉପୁଜିବ ଚାଷୀଙ୍କ ମନରେ ଛନକା ପଶିଛି । ଯାହା ଫଳରେ ଏହି ପୋଲ ଉପରେ ଯିବା ଆସିବା କରୁଥିବା ପାଞ୍ଚ ଖଣ୍ଡ ଗାଁର ଲୋକମାନଙ୍କ ପାଇଁ ପ୍ରତିବନ୍ଧକ ସାଜିଛି । ନୃସିଂହନାଥ ପାଣି ପଞ୍ଚାୟତ ନୂଆଗାଁର ସଭାପତି ହୃଷିକେଶ ଭୋଇ, ସଂପାଦକ କ୍ଷୀରସାଗର ସାହୁ, କୋଷାଧ୍ୟକ୍ଷ ଯୁଧିଷ୍ଠିର ସାହୁ ବିଭାଗୀୟ ଅଧିକାରୀ କ୍ଷୁଦ୍ର ଜଳସେଚନ ବିଭାଗ ପାଇକମାଲକୁ ଏହି କେନାଲ ପୋଲର ଅବସ୍ଥାକୁ ଜଣାଇଥିଲେ ସୁଦ୍ଧା କର୍ଣ୍ଣପାତ କରୁନାହାନ୍ତି । ବିଭାଗୀୟ ଅଧିକାରୀ ଠିକାଦାରଙ୍କ ମୁଣ୍ଡରେ ଦୋଷ ଦେଇ ଖସିବାକୁ ଉଦ୍ୟମ କରୁଛନ୍ତି । ଏହି ପୋଲ ଦେଇ କେନାଲ ପାଣି ଚାଷୀ ମାନଙ୍କ ଜମିକୁ ସଂଯୋଗ ହୋଇଛି । ବର୍ତ୍ତମାନ ଏହି ଚାଷୀମାନେ ତୁରନ୍ତ ଅଧାପନ୍ତରିଆ ପୋଲକୁ ନିର୍ମାଣ କରି ପାଣି ଆସିବାର ବ୍ୟବସ୍ଥା କଲେ ଏବଂ ଲୋକମାନେ ଯିବା ଆସିବା ପାଇଁ ବନ୍ଦୋବସ୍ତ କଲେ ଏହି ପାଞ୍ଚ ଖଣ୍ଡ ଗ୍ରାମର ଚାଷୀମାନେ ଉପକୃତ ହେବେ ବୋଲି ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.