ପାଟପୁରରେ ଓଏସ୍‌ଆର୍‌ଟିସି ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ : ଚିହ୍ନଟ ହେଲା ଜମି

ସାନଖେମୁଣ୍ଡି : ପାଟପୁର ମହାନଳା ସ୍ଥିତ ପୂର୍ତ୍ତ ବିଭାଗ ବଙ୍ଗଳା ନିକଟରେ ଓଡ଼ିଶା ରାଜ୍ୟ ପରିବହନ ନିଗମର ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରାଥମିକ ଭାବେ ଜମି ଚିହ୍ନଟ କାର୍ଯ୍ୟ ବୁଧବାର ଆରମ୍ଭ ହୋଇଛି । ୩୨୬ନଂ ଜାତୀୟ ରାଜପଥ ରାଞ୍ଚି ବିଜୟବାଡା କରିଡ଼ରର ଚିକିଟି ଦିଗପହଣ୍ଡି ଢ଼ଉଗାଁ ଆସିକା ସଂଯୋଗ କରୁଥିବା ଏହି ରାଜପଥରେ ପାଟପୁର ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଏଠାରେ ସ୍ଥାୟୀ ଭାବରେ ବସଷ୍ଟାଣ୍ଡ ନାହିଁ ।

ଆବଶ୍ୟକତା ଦୃଷ୍ଟିରୁ ଓଏସ୍‌ଆର୍‌ଟିସି କର୍ତ୍ତୃପକ୍ଷ ପାଟପୁର ଗସ୍ତ କରି ବସଷ୍ଟାଣ୍ଡ ପାଇଁ ମାପଚୁପ କରିଛନ୍ତି । ତହସିଲଦାର ଡ. ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଓଏସ୍‌ଆର୍‌ଟିସି ଓଏସଡି ଦୀପ୍ତି ମହାପାତ୍ର, ଏଇଓ ସନ୍ତୋଷ ଶତପଥୀ, ଜେଇ ସଲଖାନ ମାଝୀ, ପିଏମୟୁ କୋର୍ଡିନେଟର ସନ୍ଦୀପ ପୃଷ୍ଟି ପ୍ରମୁଖ ବସଷ୍ଟାଣ୍ଡ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଉପରେ ଅନୁଧ୍ୟାନ କରିଥିଲେ ।

Leave A Reply

Your email address will not be published.