କୋଣାର୍କ ବାଲୁକା ମହୋତ୍ସବରେ ଓମ ପ୍ରକାଶ ନିର୍ମାଣ କଲେ ଇନ୍ଦ୍ରଲାଟ ମନ୍ଦିର

କଳାହାଣ୍ଡି : କୋଣାର୍କ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବର ପ୍ରଥମ ଦିବସରେ “ସ୍ମାରକୀ “ଉପରେ ଆଧାରିତ ବାଲୁକା କଳା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଂଶଗ୍ରହଣ କରି କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡା ଗ୍ରାମର ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ନିର୍ମାଣ କରିଛନ୍ତି ରାଣିପୁର ଝରିଆଲର ଇନ୍ଦ୍ରଲାଟ ମନ୍ଦିର । ତାଙ୍କରି ଚାରି ଜଣିଆ ଟିମରେ ଶ୍ରୀ ସାହୁଙ୍କ ସମେତ ପୁରୀର ରଞ୍ଜନ ଗଙ୍ଗୁଳି, ଶ୍ରୀଧର ଦାସ ଓ ଭୁବନେଶ୍ୱରର ସୁବଳ ମହାରଣା ସାମିଲ ଥିଲେ । ଏହି ଚାରିଜଣିଆ ଟିମର ମିଳିତ ଉଦ୍ୟମରେ ପୁରୀ ମନ୍ଦିର, ଇଣ୍ଡିଆ ଗେଟ ଓ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି ।

Leave A Reply

Your email address will not be published.