oom

ପୁଅ ବୋହୂ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ମା’ : ଅଭିଯୋଗକୁ ଖଣ୍ଡନ କଲେ ବୋହୂ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୧୦ ବର୍ଷ ହେଲା ପୁଅ ବୋହୂ ନିର୍ଯାତନା ଦେଉଥିବା ନେଇ ଗତକାଲି ଜଣେ ମହିଳା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ବୋହୂ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଶାନ୍ତିପଡ଼ା ନିକଟସ୍ଥ ଚନ୍ଦ୍ରଶେଖରନଗରରେ । ସୂଚନା ଅନୁସାରେ ଶିକ୍ଷୟତ୍ରୀ ଭାବେ ଅବସର ଗ୍ରହଣ କରିଥିବା ସୌଦାମିନୀ ବେହେରା ବଲାଙ୍ଗିର ଟାଉନ୍‌ ଥାନାକୁ ଆସି ପୁଅ ବୋହୂ ତାଙ୍କୁ ନାନା ପ୍ରକାର ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିବା ବେଳେ କୋହଭରା କଣ୍ଠରେ ଗଣମାଧ୍ୟମ ସମ୍ମୁଖରେ ବି ବଖାଣିଥିଲେ ତାଙ୍କ ଦୁଃଖ କାହାଣୀ । ତାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀଙ୍କ ଗତ ୧୦ ବର୍ଷ ତଳେ ଦେହାନ୍ତ ହୋଇସାରିଛି । ତାଙ୍କ ପାଖରେ ଥିବା ଲକ୍ଷ ଲକ୍ଷ ଟଙ୍କା ପୁଅ ବୋହୂଙ୍କୁ ଦେଇ ମଧ୍ୟ ସେ ଶାନ୍ତିରେ ରହିପାରୁନାହାନ୍ତି । ନିର୍ଯାତନା ଅସହ୍ୟ ହେବାରୁ ସେ ଥାନାର ଦ୍ୱାରସ୍ଥ ହୋଇଥିବା ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ସୌଦାମିନୀ ବେହେରାଙ୍କ ବୋହୂ ସୁମନ ପାଣିଗ୍ରାହୀ ଶାଶୁଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ କରିଛନ୍ତି । ଶାଶୂ ସୌଦାମିନୀ ବମ୍ବେରେ ରହୁଥିବା ତାଙ୍କ ସାନପୁଅ ସୁବ୍ରତ ପାଣିଗ୍ରାହୀଙ୍କୁ ଲଗାଇ ତାଙ୍କୁ ସ୍ୱାମୀ ସ୍ତ୍ରୀଙ୍କୁ ଘରୁ ବାହାର କରିବା ପାଇଁ ନାନା ପ୍ରକାର ଗାଳିଗୁଲଜ, ଆକ୍ରମଣ କରିବା ସହ ବାରମ୍ବାର ଆମକୁ ଘରୁ ତଡ଼ିବା ପାଇଁ ଯୋଜନା କରୁଛନ୍ତି । ଏପରିକି ଶାଶୂ ତାଙ୍କ ସାନପୁଅଙ୍କ ପାଇଁ ଶ୍ୱଶୁରଙ୍କ ରିଟାୟାର୍‌ମେଣ୍ଟ ଟଙ୍କାରେ ବେଙ୍ଗଲୋର୍‌ ଏକ ଘର କିଣି ଦେଇଥିବା ବେଳେ ତାଙ୍କ ରିଟାୟାର୍‌ମେଣ୍ଟ ଟଙ୍କାରେ ବମ୍ବେରେ ଏକ ଘର କିଣି ଦେଇଛନ୍ତି । ଆମକୁ ଟଙ୍କା ଦେଇଥିବା କଥା ସଂପୂର୍ଣ୍ଣ ମିଛ ବୋଲି ବୋହୂ ସୁମନ ପାଲଟା ଅଭିଯୋଗ ଆଣିଛନ୍ତି । ତେବେ ବୋହୂଙ୍କ ପକ୍ଷରୁ ମଧ୍ୟ ଏକ ଏତଲା ଥାନାରେ ରୁଜ୍ଜୁ ହୋଇଥିବା ଜଣାପଡ଼ିଛି ।

jittmm
Leave A Reply

Your email address will not be published.