ଲାଲଟିକ୍ରାଠାରେ ଶ୍ୱଶୁର ଘର ଲୋକେ ନିର୍ଯ୍ୟାତନା ଦେଉଥିବା ନେଇ ଟାଉନ ଥାନାର ଦ୍ୱାରସ୍ଥ ହେଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର ଲାଲଟିକ୍ରଠାରେ ଜଣେ ମହିଳାଙ୍କ ଶ୍ୱଶୁର ଘର ଲୋକେ ନିର୍ଯ୍ୟାତନା ଦେଉଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁସାରେ, ପାଟଣାଗଡର ଡଳି ନାୟକ ଗତ କିଛି ମାସ ହେବ ସ୍ୱାମୀ ଜେଲ୍‌ରେ ଥିବା ବେଳେ ସେ ବଲାଙ୍ଗିର ଲାଲଟିକ୍ରା ଠାରେ ଭଡାରେ ରହି ଏକ ବେସରକାରୀ ସଂସ୍ଥାରେ କାମ କରି ପରିବାର ଚଳାଉଛନ୍ତି । ତେବେ ଡଳିଙ୍କ ଅନୁପସ୍ଥିତିରେ ତାଙ୍କ ନାବାଳକ ପୁଅ ଓ ଝିଅଙ୍କୁ ତାଙ୍କ ଶାଶୁ ଓ ଶ୍ୱଶୁର ନିର୍ଯ୍ୟାତନା ଦେଉଥିବା ନେଇ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଡଳି ।

Leave A Reply

Your email address will not be published.