କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଘଟୁଥିବା ଯୌନ ନିଯ୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ପାରିତ ଆଇନ୍ -୨୦୧୩ର ପୁଙ୍ଖାନୁପୁଙ୍ଖ ଆଲୋଚନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ଗୁରୁବାର ଦିନ ୧୧.୦୦ଘ. ସମୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଓସ୍ୱାନ୍ ହଲରେ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଘଟୁଥିବା ଯୌନ ନିର୍ୟାତନା (ନିବାରଣ,ନିଷେଧ ଓ ନିରାକରଣ) ପାରିତ ଆଇନ୍ -୨୦୧୩ ଅଧାରୀତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ତାଲିମ୍ କାର୍ଯ୍ୟକ୍ରମ ଆଯୋଜନ କରାଯାଇଥିଲା । ଗୃହରେ ନିୟନ୍ତ୍ରୀତ ଆଇନ ସେବା ଭୁକ୍ତ ଓକିଲଗଣ କର୍ମକ୍ଷେତ୍ରରେ ଘଟୁଥିବା ଯୌନ ନିର୍ୟାତନା (ନିବାରଣ, ନିଷେଧ ଓ ନିରାକରଣ) ପାରିତ ଆଇନ୍ -୨୦୧୩ର ସମସ୍ତ ଆଇନର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ନିମ୍ନଲିଖିତ ବିଷୟ ପ୍ରତି ଦୃଷ୍ଟି-ଆକର୍ଷଣ କରିବା ନେଇ ଏହି ଆଲୋଚନା ଚକ୍ରରେ ଉପସ୍ଥିତ ନେତ୍ତୃବର୍ଗଙ୍କୁ ଅନୁରୋଧ କରିଥିଲେ ।
୧. ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ସମସ୍ତ ସୁବିଧା ଥାଇ ଶୌଚାଳୟ ଖୋଲିବା ନେଇ କାର୍ଯ୍ୟାଳୟର ମୁଖ୍ୟ କର୍ତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରି କହିଛନ୍ତି ।
୨. ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ନିୟମ ମୁତାବକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବେ ଓ ଅଭିଯୋଗ ସଂକ୍ରାନ୍ତରେ ଯାବତୀୟ ଦରଖାସ୍ତ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ତାଲମ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀଣୀ, ଗଞ୍ଜାମ ଜିଲ୍ଲାରେ ଗଠନ କରାଯାଇଥିବା ସ୍ଥାନୀୟ ଅଭିଯୋଗ କମିଟିର ଅଧ୍ୟକ୍ଷା ଓ ସମସ୍ତ ସଦସ୍ୟ ମଣ୍ଡଳୀ ତଥା ନିମନ୍ତ୍ରୀତ ଆଇନ୍ ସେବାଭୁକ୍ତ ଦୁଇଜଣ ଆଇନଜୀବୀ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ନିଜ ନିଜର ଭିଡିଓ କନଫରେନ୍ସିଂ ଗୃହରେ ଉପସ୍ଥିତ ରହି ଉପରୋକ୍ତ ବିଷୟର ତାଲିମ୍‌ରେ ଭାଗ ନେଇଥିଲେ ।

Leave A Reply

Your email address will not be published.