ଅଙ୍ଗନଦୀ ପାଣିରେ ଭାସିଯାଉଥିବା ୨ ନିରୀହ ଜୀବନ ବଞ୍ଚାଇଲେ ୨ ଛାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ମହୁଳପାଲି ଅଙ୍ଗନଦୀରେ ସକାଳୁ ଗାଧୋଇବା ସମୟରେ ମଝି ପାଣି ସ୍ରୋତରେ ଭାସି ଯାଉଥିଲେ ଏହା ଦେଖି ୨ ଜଣ ଛାତ୍ର ତାଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଛନ୍ତି । ରବିବାର ଦିନ ସ୍କୁଲ ଛୁଟି ଥିବାରୁ ମହୁଲପାଲି ଗ୍ରାମର ସୁରଜ ବାଗ(୧୪) ଓ ସୁଶାନ୍ତ ଭଏଁସାଲ (୧୫) ୨ ଜଣ ଗାଁ ଅଙ୍ଗନଦୀକୁ ଗାଧୋଇବାକୁ ଯାଇଥିଲେ ଓ ଗାଧୋଇବା ସମୟରେ ମଝି ନଈରେ ସୁରଜ ଭାସି ଯାଉଥିବାଦେଖି ସୁଶାନ୍ତ ବଞ୍ଚାଇବାକୁ ଯାଇ ନିଜେ ମଧ୍ୟ ଭାସି ଯାଉଥିଲେ ଏହି ସମୟରେ ୨ ଜଣ ସାଙ୍ଗ ସୋମ ସ୍ୱସ୍ତିକ ବରିହା (ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଦଶମ ଶ୍ରେଣୀର ଛାତ୍ର) ଓ ଯୋଗେଶ କୁମାର ସାହୁ (ଜିଷ୍ଟ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର) ଗାଧୋଇବାକୁ ଯାଇଥିବା ବେଳେ ଦେଖିଲେ ଏବଂ ତୁରନ୍ତ ୨ ଜଣ ପାଣିକୁ ଡିଆଁମାରି ନିଜ ଜୀବନକୁ ବାଜି ଲଗାଇ ମଝି ନଈରୁ ୨ ବାଳକଙ୍କୁ ଉଦ୍ଧାର କରିଛନ୍ତି । ମଝି ନଈରେ ୧୦୦ମିଟର ଦୂର ପର୍ଯ୍ୟନ୍ତ ସଂଘର୍ଷ କଳା ପରେ ୨ ବାଳକ ଜୀବନ୍ତ ଉଦ୍ଧାର ହୋଇଛନ୍ତି । ଏହି ଖବର ପ୍ରଚାର ହେବା ପରେ ସୋମ ଓ ଯୋଗେଶଙ୍କ ପାଇଁ ବିଭିନ୍ନ ସ୍କୁଲ ଅନୁଷ୍ଠାନ ଓ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.