ppurohit

ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଶାସ୍ତ୍ରୀ ନଗରକୁ ଜାତୀୟ ଗୁଣବତ୍ତାର ମାନ ନିର୍ଧାରଣ କରାଗଲା

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଅବସ୍ଥାପିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ଯାହା ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ ଭାରତ ଦ୍ୱାରା ପରିଚାଳିତ ଏହାକୁ ଜାତୀୟ ସ୍ତରର ଗୁଣବତ୍ତା ମାନ ନିର୍ଧାରଣ ପାଇଁ ଏକ ଜାତୀୟ ସ୍ତରର ଚୟନ କର୍ତ୍ତା ଦଳ ((National Assessors) ଭାରତ ସହକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ସର୍ବମୋଟ ୧୨ ଗୋଟି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବିଭାଗ ପାଇଁ ଚୟନ ପ୍ରକ୍ରିୟା ଦୁଇ ଦିନ ଧରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ଏହାର ପାର୍ଶ୍ଵଞ୍ଚଳ ସ୍ୱାସ୍ଥ୍ୟ ପରିଧି ମଧ୍ୟକୁ ପରିଦର୍ଶନ କରି ସବିଶେଷ ପ୍ରାୟ ଅଠର ଶହ ଚେକ ପଏଣ୍ଟ ଉପରେ ଚୟନପାଇଁ ପ୍ରକ୍ରିୟା ପ୍ରାରମ୍ଭ କରିଥିଲେ । ଉପରୋକ୍ତ ଜାତୀୟ ଚୟନ ପ୍ରକ୍ରିୟାର ଜାତୀୟ ଚୟନ କର୍ତ୍ତା ଡା.ଭେଙ୍ଗଲା ପ୍ରସାଦ ବାରା (ବେଙ୍ଗୁଲୁରୁ), ଓ ଡା. ସେବାବ୍ରତ ରାଏ (କୋଲକତା) ଭାରତ ସରକାରଙ୍କ ପ୍ରତିନିଧତ୍ୱ କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରମେଶ ଚନ୍ଦ୍ର ସାହୁ, ଡା. ଦିବ୍ୟ କିଶୋର ପତି, (ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ) ଜେ ରାଜେଶ୍ୱର ରାଓ ପଟ୍ଟନାୟକ (ଜିଲ୍ଲା ପ୍ରକଳ୍ପ ମେନେଜର, ଜାତୀୟ ସ୍ୱାସ୍ଥ୍ୟ ମିଶନ) ରାମାନୁଜ ପଣ୍ଡା (ଏ. ପି ଏମ ), ପ୍ରଦୀପ କୁମାର ନାଗ( ପି ଏଚ ଏମ ), ଅନିଲ ମହାକୁଡ଼ (ୟୁ. ଡ଼ି. ଏମ) ଜାତୀୟ ସ୍ୱାସ୍ଥ୍ୟ ମିଶନ ବଲାଙ୍ଗିର ତଥା ପିସ ୟୁନିସନ ମଧ୍ୟରୁ ଚେୟାରମେନ ଓ ନିର୍ଦ୍ଦେଶକ ରବି ରଞ୍ଜନ ପୁଜାରୀ ଓ ସତ୍ୟ ରଞ୍ଜନ ମିଶ୍ର, ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା.ନିହାର ରଞ୍ଜନ ବହିଦାର ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ସବିଶେଷ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଦ୍ୱିତୀୟ ଦିନ ବଲାଙ୍ଗିର ଜିଲ୍ଲା ପୌରପାଳିକା ପୌରାଧୀକ୍ଷା ଲିକା ସାହୁ ଉପରୋକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ବଲାଙ୍ଗିର ସହରାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ତଥା ସୁସ୍ଥ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଓ ବିଭିନ୍ନ ସମୟରେ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସ୍ୱାସ୍ଥ୍ୟ ସେବା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଇବା ଉପରେ ଗୁରୁତ୍ୱଦେଇ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ ।
ପରିଶେଷରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନସ୍ଥ ପ୍ରତ୍ୟେକ କର୍ମକର୍ତ୍ତା, ଏ ଏନ.ଏମ ଦିଦି ଗଣ ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରିଥିବା ବେଳେ, ଡା ନମିତା ମିଶ୍ର (ଜାତୀୟ ସ୍ୱାସ୍ଥ୍ୟ ମିଶନ ) ସଭିଙ୍କୁ ଧନ୍ୟବାଦ ଜ୍ଞାପନ କରିବା ଶହ ଜାତୀୟ ଗୁଣବତ୍ତାମାନର ନିର୍ଧାରଣକୁ ନେଇ ସଫଳ କାମନା କରି ଏହାର ଉତ୍କୃଷ୍ଟ ଫଳାଫଳ ପାଇଁ ଆଶାବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.