ମହିମୁଣ୍ଡା ଯୁକ୍ତ ତିନି କଲେଜକୁ ପରିଦର୍ଶନରେ ଆସିଲେ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଓ ରାଜେନ୍ଦ୍ର ୟୁନିଭର୍ସିଟିର ଡେଭଲପମେଣ୍ଟ ନିର୍ଦେଶକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଜିଲ୍ଲାର ପୁଇଁତଲା ବ୍ଲକ ଅଧୀନସ୍ଥ ଯୁକ୍ତ ୩ କଲେଜର ସ୍ଥାୟୀ ବନ୍ଧନ ପ୍ରମାଣ ପତ୍ର ପ୍ରଦାନ କରିବା ନେଇ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ପ୍ରଫେସର ଡ.ଉମାକାନ୍ତ ଦାଶ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର, ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦେଶକ ପ୍ରଫେସର ଡ.ବିଘ୍ନେଶ ପ୍ରସାଦ ମିଶ୍ର ପରିଦର୍ଶନରେ ଆସିଥିଲେ କଲେଜର ଭିତ୍ତିଭୂମି ସାଙ୍ଗକୁ ଶ୍ରେଣୀ କୋଠରୀ, ଲାଇବ୍ରେରୀ, ଆସବାବପତ୍ର ସହ ଆବଶ୍ୟକୀୟ ପରିବେଶ ଓ କାଗଜ ପତ୍ର ତନଖି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ ଆଲୋଚନା କରି ସନ୍ତୁଷ୍ଟି ପ୍ରକାଶ କରିଥିଲେ । କଲେଜ ଅଧ୍ୟକ୍ଷ ଅଶୋକ କୁମାର ଦାଶ ସହ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥାଇ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । ଉକ୍ତ କଲେଜଟି ପୁଇଁତଲା ବ୍ଲକର ପ୍ରଥମ ଯୁକ୍ତ ୩ କଲେଜ ହୋଇଥିବାରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଧ୍ୟୟନ ପାଇଁ ଆସିଥାନ୍ତି । ସରକାର ଶୀଘ୍ର ସ୍ଥାୟୀ ଅନୁବନ୍ଧିତ କଲେ ଶିକ୍ଷା ପ୍ରେମୀ ଖୁସି ବ୍ୟକ୍ତ କରିବେ ।

Leave A Reply

Your email address will not be published.