oom

ସାମ୍ବାଦିକଙ୍କୁ ସୁରକ୍ଷା ଦେବାକୁ ପୋଲିସ ଡିଜିଙ୍କ ନିର୍ଦ୍ଦେଶ

jsmm

ବରଗଡ, (ନିରୋଜ କୁମାର ପାଣୀ) : ସାମ୍ବାଦିକ ନିରୋଜ ପାଣୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପୋଲିସ ଡିଜି ବରଗଡ ପୋଲିସକୁ ନିର୍ଦ୍ଦେଶ ଦେଇଥିବାର ଜଣା ପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ ଡିସେମ୍ବର ୮ ତାରିଖ ୨୦୨୪ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ ଜିଲ୍ଲା ସୋହେଲାଠାରେ ରାଜ୍ୟସ୍ତରୀୟ ଏକ ଚାଷୀ ସମାବେଶରେ ଯୋଗଦାନ କରି ଗତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଦେଇଥିବା ପ୍ରତିଶୃତି ଅନୁସାରେ ରାଜ୍ୟ ସରକାର ଓଡ଼ିଶାର ଚାଷୀମାନଙ୍କ ଧାନକୁ କ୍ୱିଣ୍ଟାଲ ପ୍ରତି ଅଧିକ ୮ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରି କ୍ୱିଣ୍ଟାଲ ପ୍ରତି ୩୧ ଶହ ଟଙ୍କାରେ ଧାନ କିଣି ସେଦିନ ରାଜ୍ୟର ସମସ୍ତ ଚାଷୀଙ୍କ ଏକାଉଣ୍ଟକୁ ଇନପୁଟ ସବସିଡିର ଟଙ୍କା ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଡିବିଟି ଜରିଆରେ ପ୍ରଦାନ କରିଥିଲେ । ସୋହେଲା ସମାବେଶ ରାଜ୍ୟ ସରକାରଙ୍କ ଏକ ସରକାରୀ କାର୍ଯ୍ୟକ୍ରମ ଥିବାବେଳେ ଓ ଏଥିପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗ ୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଜିଲ୍ଲାର ମିଲର୍ସମାନଙ୍କଠାରୁ ବିଜେପିର ଜଣେ ବରିଷ୍ଠ ନେତା ଏହି ସମାବେଶ ନାଁରେ ପ୍ରତ୍ୟେକ ମିଲର୍ସଙ୍କଠାରୁ ୫ଲକ୍ଷ ଟଙ୍କା ଅସୁଲ କରିଥିବାର ବରଗଡ ଜିଲ୍ଲାରେ ଚର୍ଚ୍ଚା ହେବା ପରେ ସାମ୍ବାଦିକ ନିରୋଜ ପାଣୀ ଏହା ଉପରେ ଏକ ସମ୍ବାଦ ପ୍ରକାଶିତ କରିଥିଲେ । ଏହି ସମ୍ବାଦରେ କୌଣସି ନେତାଙ୍କ ନାମ ନଥିବା ବେଳେ ଏଥିରେ ଉତ୍ତେଜିତ ହୋଇ ବରଗଡ ବିଧାୟକ ଅଶ୍ୱିନୀ ଷଡଙ୍ଗୀ ସାମ୍ବାଦିକ ଶ୍ରୀ ପାଣୀଙ୍କୁ ବିଭିନ୍ନ ବ୍ୟକ୍ତିମାନଙ୍କ ଜରିଆରେ ଧମକ ଚମକ କରୁଥିଲେ । ହଠାତ ଗତ ତା ୧୦.୫. ୨୦୨୫ ରିଖ ଦିନ ନୃସିଂହନାଥ ବୈଶାଖ ମେଲା ଯାତ୍ରା ସମୟରେ ନୃସିଂହନାଥ ସ୍ଥିତ ପାନ୍ଥନିବାସରେ ବିଧାୟକ ଶ୍ରୀ ଷଡଙ୍ଗୀ ସାମ୍ବାଦିକ ଶ୍ରୀ ପାଣୀଙ୍କୁ ଦେଖି ସର୍ବ ସାଧାରଣରେ ଗାଳିଗୁଲଜ କରି ଚପଲମାଲ ପିନ୍ଧାଇ ବରଗଡ ସହରରେ ବୁଲାଇ ଦେବି ବୋଲି ଧମକ ଦେବାବେଳେ ସେଠାରେ ଉପସ୍ଥିତ ଅତାବିରା ବିଧାୟକ ନିହାର ମହାନନ୍ଦ ମଧ୍ୟ ଗାଳିଗୁଲଜ କରି ଏପରି ତୁମ ଜୀବନ ପ୍ରତି ବିପଦ ଅଛି ବୋଲି ଧମକାଇ ଥିଲେ । ସାମ୍ବାଦିକ ଶ୍ରୀ ପାଣୀ ଏଥିରେ ଭୟଭୀତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ । ଓଡ଼ିଶା ପୋଲିସ ଡିଜିଙ୍କଠାରୁ ନିର୍ଦ୍ଦେଶ ପାଇଁ ବରଗଡ ଏସିପି, ପଦ୍ମପୁର ଏସଡିପିଓ ପାଣ୍ଡବ ଶବରଙ୍କୁ ଘଟଣା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ପଦ୍ମପୁର ଏସଡିପିଓ ପାଣ୍ଡବ ଶବର ପାଇକମାଲ ଥାନାକୁ ଆସି ସାମ୍ବାଦିକ ନିରୋଜ ପାଣୀଙ୍କୁ ଥାନାକୁ ଡକାଇ ଏହାର ତଦନ୍ତ କରିଥିଲେ । ସାମ୍ବାଦିକ ଶ୍ରୀ ପାଣୀକୁ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେବାକୁ ପାଇକମାଲ ଥାନା ଆଇଆଇସି କୌଲାସ ପ୍ରଧାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

jittmm
Leave A Reply

Your email address will not be published.