oum

ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ମିଥିଲା ମାଝୀ ନିଦ୍ୱର୍ନ୍ଦରେ ନିର୍ବାଚିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁରିବାହାଲ ଜୋନ ନଂ.୨୭ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମିଥିଲା ମାଝୀ ବଲାଙ୍ଗିର ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଭାବେ ଆଜି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ସ୍ଥାନୀୟ ଡିଆରଡ଼ିଏ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ନିର୍ବାଚନରେ କେବଳ ଜଣେ ମାତ୍ର ପ୍ରାର୍ଥୀ ଭାବେ ଶ୍ରୀମତୀ ମାଝୀ ମନୋନୟନ ପତ୍ର ଦାଖଲ କରିଥିଲେ । ନବ ନିର୍ବାଚିତ ଉପାଧ୍ୟକ୍ଷା ଶ୍ରୀମତୀ ମାଝୀ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଏବଂ ସମସ୍ତ ସଭ୍ୟସଭ୍ୟା ମାନଙ୍କୁ କୃତଜ୍ଞତା ଜଣାଇବା ସହ ଜିଲ୍ଲାର ବିକାଶ ଦିଗରେ ସମସ୍ତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ କାମନା କରିଥିଲେ । ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ, ଜନହିତକର ଓ ଲୋକାଭିମୁଖୀ ଯୋଜନା ଗୁଡ଼ିକର ସୁଫଳ ଯେପରି ତୃଣମୂଳ ସ୍ତରରେ ପହଂଚି ପାରିବ ସେ ଦିଗରେ ସେ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଆଜି ଅନୁଷ୍ଠିତ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ନିର୍ବାଚନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଳାଇଥିଲେ । ପିଡ଼ି, ଡିଆର୍‌ଡ଼ିଏ ସୁଶାନ୍ତ କୁମାର ସିଂ, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.