ଅଙ୍କିତ ସାହୁ ଲଗାତାର ଦ୍ୱିତୀୟ ଥର ପାଇଁ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିର୍ବାଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଙ୍କିତ ସାହୁ ଲଗାତାର ଦ୍ୱିତୀୟ ଥର ପାଇଁ ଭାରତୀୟ ଯୁବ କଂଗ୍ରେସ ଜାତୀୟ ପ୍ରବକ୍ତା ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି । ଯୁବପିଢି ମାନଙ୍କ ସମସ୍ୟା ଉପରେ ସ୍ପଷ୍ଟ ଓ ଦୃଢ ସ୍ୱର ଉତ୍ତେଳନ କରୁଥିବା ଶ୍ରୀ ସାହୁ ରାଷ୍ଟ୍ରୀୟ ତଥା ରାଜ୍ୟ ସ୍ତରରେ ରୋଜଗାର, ଶିକ୍ଷା, ସାମାଜିକ ନ୍ୟାୟ, ସାଂବିଧାନିକ ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ସମ୍ପର୍କିତ ପ୍ରଶ୍ନ ଗୁଡିକୁ ନିରନ୍ତର ଭାବେ ଉଠାଇ ଆସୁଛନ୍ତି । ଦଳୀୟ ସୁତ୍ରମାନଙ୍କ ମତାନୁସାରେ ଶ୍ରୀ ସାହୁ ଯୁବ କଂଗ୍ରେସର ସଂଗଠନକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ପୁନଃ ନିର୍ବାଚନ ପରେ ପ୍ରତିକ୍ରିୟାରେ ଦେଇ ଶ୍ରୀ ସାହୁ ଭାରତୀୟ ଯୁବ କଂଗ୍ରେସ ଓ ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତୃତ୍ୱ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଛାତ୍ର, ଯୁବ, କୃଷକ, ଶ୍ରମିକ ଓ ପଛୁଆ ବର୍ଗର ଅଧିକାର ପାଇଁ ତାଙ୍କର ସଂଘର୍ଷ ଆଗାମୀ ଦିନରେ ଆହୁରି ଦୃଢ ହେବ ବୋଲି କହିଛନ୍ତି । ଏହି ଅବସରରେ ସେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରଭାରୀ ମନୀଷ ଶର୍ମା, ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦୟଭାନୁ ଚିବ, ବରିଷ୍ଠ କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ରଙ୍କୁ ଧନ୍ୟବାଦ ଜଣାଇବା ସହ ବଲାଙ୍ଗିର ସହିତ ସମଗ୍ର ଓଡିଶାର କଂଗ୍ରେସ ନେତା ଓ କର୍ମୀମାନେ ଶ୍ରୀ ସାହୁଙ୍କୁ ହୃଦୟପୂର୍ବକ ଅଭିନନ୍ଦନ ଜଣାଇଛନ୍ତି ଏବଂ ଏହାକୁ ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ।

Leave A Reply

Your email address will not be published.