centurian jitm

ରେଳ ଉପଭୋକ୍ତା ସଂଘର ନିର୍ବାଚନ ପ୍ରଫେସର ତରୁଣ ମିଶ୍ର ପୁନଃ ନିର୍ବାଚିତ

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କାଲି ରେଲ ଉପଭୋକ୍ତା ସଂଘର ଏକ ସାଧାରଣ ସଭା ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାର ପ୍ରଶନ୍ନ ମିଶ୍ର ତରଫରୁ ପ୍ରଦତ୍ତ ଫଳାଫଳକୁ ପ୍ରାକ୍ତନ ସଂପାଦକ ଦିବାକର ହୋତା ଘୋଷଣା କରିଥିଲେ । ଏଥିରେ ପ୍ରଫେସର ତରୁଣ କୁମାର ମିଶ୍ର ପୁଣି ଥରେ ନିଦ୍ୱନ୍ଦରେ ନିର୍ବାଚିତ ଏବଂ ସଂପାଦକ ରୂପେ ବିମଲ ଚକ୍ରବର୍ତ୍ତି ମଧ୍ୟ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା କଥା ଘୋଷାଣା କରିଥିଲେ । ପ୍ରଫେସର ମିଶ୍ର ସଂଘର ସମସ୍ତ ସଭ୍ୟ ତାଙ୍କ ଉପରେ ପୁଣିଥରେ ଆସ୍ଥା ଏବଂ ଭରୋସା କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ସଭ୍ୟମାନଙ୍କୁ ବଲାଙ୍ଗିରରେ ପିଆଇଟି ଲାଇନ, ଭୁବନେଶ୍ୱରକୁ ପ୍ରତ୍ୟେକ ଦିନ ଯିବା ଆସିବା ପରି ଏକ ସକାଳୁଆ ଟ୍ରେନ ଏବଂ ଦିଲ୍ଲୀ ବା ପ୍ରୟାଗରାଜକୁ ଏକ ସିଧାସଖଳ ଟ୍ରେନ ବଲାଙ୍ଗିରରୁ ଆରମ୍ଭ କରିବା ପାଇଁ ବାରମ୍ବାର ଚିଠି, ଇ-ମେଲ ମାଧ୍ୟମରେ ସମସ୍ତ ସ୍ଥାନୀୟ ଏମ୍‌ପି ମାନଙ୍କୁ ରେଲୱେ ମନ୍ତ୍ରୀ ଏପରିକି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇବେ ଓ ଦରକାର ପଡିଲେ ବରଗଡ ରେଲ ସଂଘ, ସୋନପୁର ରେଲ ସଂଘ ସହ ମିଶି ଆନ୍ଦୋଳନ କରିବେ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ପରେ ସେ କାର୍ଯ୍ୟକାରି ସଭ୍ୟ ରୂପେ ମନୋରଂଜନ ପୁରୋହିତ, ପ୍ରଭାକର ମିଶ୍ର, ଶିବ ନାରାୟଣ ରଥ, ଗୋପବନ୍ଧୁ ପୁରୋହିତ, ମୋତିଲାଲ ସାହୁ, ପର୍ଶୁରାମ ନାୟକ ଓ ଦିବାକର ହୋତା, ଉପ-ସଭାପତି ରୂପେ ଅନନ୍ତ ବିଶୋଇ, ସହ-ସଂପାଦକ ଇଂ ହିତେଶ କୁମାର ସାହୁ, କୋଷାଧ୍ୟକ୍ଷ ଅଶୋକ କୁମାର ନନ୍ଦ, ପ୍ରବକ୍ତା ରୂପେ ଋତୁରାଜ ସିଂଙ୍କୁ ମନୋନିତ କରିଥିଲେ । ଅଡିଟର ରୂପେ ନରେନ୍ଦ୍ର କବାଟ ଏବଂ ସୁରେନ୍ଦ୍ର ନେଗୀଙ୍କ ନାମ ଘୋଷଣା କରିଥିଲେ । ଉପସ୍ଥିତ ସମସ୍ତ ସଭ୍ୟ କରତାଳି ସହ ଏହାକୁ ସ୍ୱାଗତ କରିଥିଲେ । ପରେ ସୁରେନ୍ଦ୍ର ନେଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.