oom

କେଶବ ଚନ୍ଦ୍ର ପାଳ ଖରିଦପିପଳ ସେବା ସମବାୟ ସମିତିର ନୂତନ ସଭାପତି ଭାବେ ନିର୍ବାଚିତ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ସେବା ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି କେଶବ ଚନ୍ଦ୍ର ପାଳ । ସଭାପତି ପଦ ପାଇଁ ବିଜୁ ଜନତା ଦଳ ତରଫରୁ ସମର୍ଥିତ ପ୍ରାର୍ଥୀ ଶ୍ରୀ ପାଳ ନାମାଙ୍କନ ପତ୍ର ଦାଖଲ କରି ସର୍ବମୋଟ୍ ୧୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଆଶୁତୋଷ ମହାନ୍ତି ୫ ଖଣ୍ଡ ଭୋଟ୍ ପାଇଥିଲେ । ଏଥିରେ ୧୫ ଜଣ ନିର୍ଦ୍ଦେଶକ ନିର୍ଦ୍ଦେଶିକା ନିଜର ମତଦାନ କରିଥିଲେ । ଶ୍ରୀ ପାଳ ସଭାପତି ଭାବେ ବିଜୟୀ ହୋଇ ଥିବାରୁ ବିଜୁ ଜନତା ଦଳର ମାନ୍ୟଗଣ୍ୟ କର୍ମୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ମିଠା ବାଣ୍ଟିଥିଲେ । ଉକ୍ତ ଉତ୍ସବରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ବେହେରା, ଆଇନଜୀବୀ ରାଜକିଶୋର ଜେନା, ସମାଜସେବୀ ତରୁଣକାନ୍ତି ପାତ୍ର, ଯୋଗେନ୍ଦ୍ର ନାଥ ପାଳ, ସରପଞ୍ଚ ଶିଶିର ରଣା, ପ୍ରାକ୍ତନ ସମବାୟ ସମିତି ସଂପାଦକ ଅନନ୍ତ ସାମଲ, ଦଳୀୟ କର୍ମକର୍ତ୍ତା ସୁଧାଂଶୁ ପାତ୍ର, ହରିଶ ଚନ୍ଦ୍ର ଦାସ, କାର୍ତ୍ତିକ ଜେନା, ଗୁଣନିଧି ଦାସ, ଦେବବ୍ରତ ମହାନ୍ତି, ସୂର୍ଯ୍ୟକାନ୍ତ ଜେନା, ଗଙ୍ଗାଧର ସିଂ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ପାଳ ସଭାପତି ଆସନ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.