oom

ବଡ଼ମାଲ ଗୋଳାବାରୁଦ କାରଖାନା ସେବା ସମବାୟ ସମିତିରେ ସଞ୍ଜୟ କୁମାର ମୁନ ସଭାପତି ଭାବେ ନିର୍ବାଚିତ, ମଜଦୁର ୟୁନିୟନରେ ବେଶ ଉତ୍ସାହ

jsmm

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବଡ଼ମାଲ ବହୁମୁଖୀ ସେବା ସମବାୟ ସମିତିର ସଭାପତି ପଦ ପାଇଁ ଗତ ବୁଧବାର ଦିନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ମଜଦୁର ସଂଘରୁ ସଞ୍ଜୟ କୁମାର ମୁନ ଓ ପୀତବାସ ପଟେଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏଥିରେ ସଭାପତି ଭାବରେ ସଞ୍ଜୟ କୁମାର ମୁନ ୮ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି । ଶ୍ରୀ ମୁନ ସଭାପତି ହେବା ପରେ ମଜଦୁର ୟୁନିୟନରେ ବେଶ ଉତ୍ସାହ ଦେଖାଦେବା ସହ ଏପରିକି ଗୋଳାବାରୁଦ କାରଖାନାର ସମସ୍ତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଏହି ସମବାୟ ସମିତିରେ ୧୫ ଗୋଟି ୱାର୍ଡ ମଧ୍ୟରୁ ୮ଟି ୱାଡଁରେ ମଜଦୁର ୟୁନିୟନ, ୫ ଗୋଟି ୱାର୍କର ୟୁନିୟନ ଓ ୨ ଗୋଟି ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏହି ବହୁମୁଖୀ ସେବା ସମବାୟ ସମିତି ନିର୍ବାଚନରେ ମଜୁଦୁର ୟୁନିୟନର ଶ୍ରୀମତି ସୁକାନ୍ତି ନାଗ ଓ ଜୀତେନ ପାଣ୍ଡେ ନିଦ୍ୱର୍ନ୍ଦରେ ଡାଇରେକ୍ଟର ପଦବୀ ପାଇଁ ନିର୍ବାଚିତ ହୋଇଥିବା ବେଳେ ସଞ୍ଜୟ କୁମାର ମୁନ, ସନାତନ ଭୋଇ, ଦେବେନ୍ଦ୍ର ମାଝୀ, ଶ୍ରୀମତୀ ଜୟନ୍ତି ମାଝୀ, ରାଧାମୋହନ ଭୋଇ ଓ ବିକାଶ ଲାକ୍ରା ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଏହି ନିର୍ବାଚନରେ କୈଳାସ ନାୟକ ନିର୍ବାଚନ ଅଧିକାରୀ ଭାବରେ ଦାୟିତ୍ୱ ତୁଲାଇଥିବା ବେଳେ ସେବା ସମବାୟ ସମିତିର ସମ୍ପାଦକ ସର୍ଜନ ପୋଢ଼ ସହଯୋଗ କରିଥିଲେ । ଏଥିରେ ମଜଦୁର ୟୁନିୟନର ସଭାପତି ପଞ୍ଚୁ ପଟେଲ, ସମ୍ପାଦକ ସତ୍ୟପ୍ରେମ ମାଝୀ, ୱାର୍କ କମିଟିର ସମ୍ପାଦକ ଜୟସିଂ ନାୟକ, ଆର୍‌.କେ. ସରାଫ, ପି.ଏଲ. ଜାଲ, ବଂଶୀଧର ଭୋଇ, ବୀରେନ୍ଦ୍ର ମୁନା, ଜେସିଏମ୍‌ ଲିଡର ବିରଞ୍ଚି ମହନନ୍ଦ, ସମ୍ପାଦକ ଅବନୀ ପ୍ରଧାନ, ମଜଦୁର ୟୁନିୟନର ସହ ସମ୍ପାଦକ ଧର୍ମରାଜ ମହନନ୍ଦ ପ୍ରମୁଖ ବିଜୟୀ ମଜଦୁର ୟୁନିୟନ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସମସ୍ତ ମଜଦୁର ୟୁନିୟନର ସଦସ୍ୟମାନେ ନିର୍ବାଚନରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.