ଦେଓଗାଁ ବ୍ଲକରେ ନିର୍ବାଚନୀ ହିଂସା : ଥାନାରେ ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦୁଇଦିନ ପୂର୍ବରୁ ଶେଷ ହୋଇଛି ପାଞ୍ଚାୟତ ନିର୍ବାଚନ । ଭୋଟ ଗଣନା ହୋଇନି । ହେଲେ ଗାଁ ଗାଁରେ କିଏ ଜିତିବ ତାକୁ ନେଇ ଅଙ୍କକଶା ହେଉଥିବା ବେଳେ ଦେଓଗାଁ ବ୍ଳକର ବିଭିନ୍ନ ଗାଁରେ ନିର୍ବାଚନୀ ହିଂସା ଆରମ୍ଭ ହେଉଛି । ଗତକାଲି ସନ୍ଧ୍ୟାରେ ଦେଓଗାଁ ଥାନା ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତର କୁରୁଆଁଝର ଗାଁରେ ଓ ସିକୁଆଁ ପଞ୍ଚାୟତର ବାଞ୍ଜିବାହାଳି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ନେଇ ଦେଓଗାଁ ଥାନାରେ ଅଭିଯୋଗ ହୋଇଥିା ଜଣାପଡ଼ିଛି । ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଭୋଟ ଗଣତିକୁ ଆଉ ଗୋଟିଏ ଦିନ ଥିବା ବେଳେ ଗାଁରେ ଗଣ୍ଡଗୋଳ ସୃଷ୍ଟି ହେବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

Leave A Reply

Your email address will not be published.