ନିର୍ବାଚନୀ ହିଂସା : ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ପୁରୁଣାକଟକ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡେ଼ନିଗଡ଼ ପଞ୍ଚାୟତ ମାଧପୁର ଗାଁରେ ଶନିବାର ରାତିରେ ନିର୍ବାଚନୀ ହିଂସା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମାଧପୁର ଗାଁର କୈଳାସ ଚନ୍ଦ୍ର ସାହୁ ନାମକ ଜଣେ ଭୋଟର ଶନିବାର ରାତି ନିଜ ଘରେ ଶୋଇଥିବା ସମୟରେ ଜଣେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କ ସମର୍ଥକ ଗୋଷ୍ଠୀ ପ୍ରାୟ ୧୨ଟାରେ ତାଙ୍କୁ ଡ଼ାକି ଉକ୍ତ ପ୍ରାର୍ଥୀଙ୍କ ଚିହ୍ନରେ ଭୋଟ ଦେବା ପାଇଁ ୧ ହଜାର ଟଙ୍କା ଦେଇଥିବା ବେଳେ ସେହି ଟଙ୍କା ଗ୍ରହଣ କରିବାକୁ କୈଳାସ ରାଜି ନହେବାରୁ ତାଙ୍କ ଉପରେ ଆକ୍ରମଣ କରି ଧମକ ଦେଇଥିବା ଅଭିଯୋଗ ହୋଇଛି । ଆକ୍ରମଣରେ କୈଳାସଙ୍କ ଏକ ହାତ ଆଙ୍ଗୁଠି, ଅଣ୍ଟା ଓ ବେକରେ ଗଭୀର ଆଘାତ ହୋଇଥିବା ସୂଚନା ମିଳିଛି । ତେବେ ସୂଚନା ପାଇ ଆଡେ଼ନିଗଡ଼ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.