oum

ପୁରୀ ଏସ୍‌ପିଙ୍କ ଡେଲାଙ୍ଗ ଥାନରେ ନିର୍ବାଚନ ସମୀକ୍ଷା

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପୁରୀ ଜିଲ୍ଲା ଏସ୍‌ପି ଡକ୍ଟର କେ. ବିଶାଲ ସିଂ, ଆଇପିଏସ୍‌ ଡେଲାଙ୍ଗ ଥାନା ପରିଦର୍ଶନ କରି ନିର୍ବାଚନ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ପିପିଲି ଏସ୍‌ଡିପିଓ, ଡେଲାଙ୍ଗ ତହସିଲଦାର, ବିଡିଓ, ଡେଲାଙ୍ଗ ଥାନା ଅଧିକାରୀ ଓ ସମସ୍ତ ପୋଲିସ ଷ୍ଟାପ୍‌ ଉପସ୍ଥିତ ଥିଲେ । ଏସ୍‌ପି. ଶ୍ରୀ ସିଂ ଡେଲାଙ୍ଗ ଥାନ ଅଂଚଳରେ ଥିବା ୧୨୯ଟି ବୁଥରୁ ୪୫ଟି ସମ୍ବେଦନଶୀଳ ବୁଥକୁ କଡା ନଜର ରଖିବାକୁ ନିର୍ଦେଶ ଦେଇଥିଲେ । ତତ୍‌ ସହିତ ଡେଲାଙ୍ଗ ଥାନା ଅଂଚଳକୁ ଜଣେ ଅତିରିକ୍ତ ଏସ୍‌ପି ତତ୍ତ୍ଵାବଧାନରେ ୧୨ଟି ପେଟ୍ରୋଲିଙ୍ଗ ପାର୍ଟି, ୨ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର, ୪ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କୁ ନିର୍ବାଚନ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ନିୟୋଜିତ କରାଯାଇଛି । ଡ଼େଲାଙ୍ଗ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ ନାକା ପଏଣ୍ଟରେ ଗାଡିଗୁଡିକ ଯାଞ୍ଚ କରାଯାଉଛି । ଶେଷରେ ନିର୍ବାଚନ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହିତ କରିବା ନିମନ୍ତେ ସଜାଗ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.