ମହାନଗର ନିଗମ ମେୟର ପ୍ରାର୍ଥୀ ମଞ୍ଜୁ ରଥଙ୍କ ନିର୍ବାଚନ ପ୍ରଚାର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ କଂଗ୍ରେସର ମେୟର ପ୍ରାର୍ଥୀ ମଞ୍ଜୁ ରଥ ଓ କର୍ପୋରେଟର ପ୍ରାର୍ଥୀଙ୍କ ବିଜିପୁର, ଗୋଷାଣୀନୂଆଗାଁ, ନେହେରୁନଗର ସହିତ ଆସ୍କା ରୋଡ଼, ଲକ୍ଷ୍ମୀନୃସିଂହ ସାହୁ, ହରିଡ଼ାଖଣ୍ଡି ଓ ଅଞ୍ଚଳରେ ଜିଲ୍ଲା କଂଗ୍ରେସ ସଭାପତି ତଥା ବିଧାୟକ ରମେଶ ଜେନା ରୋଡଶେ । କରି ପ୍ରଚାର ଜୋରଦାର କରାଯାଇଥିଲା । ଏହି ଅବସରରେ ଉକ୍ତ ୱାର୍ଡରେ କଂଗ୍ରେସର ନିର୍ବାଚନ କାର୍ଯ୍ୟାଳୟଗୁଡ଼ିକୁ ଉଦ୍‌ଘାଟନ କରିଥିଲେ । ବ୍ରହ୍ମପୁରବାସୀ ପରିବର୍ତ୍ତନ ଚାହୁଁଥିବାରୁ ଚଳିତ ନିର୍ବାଚନରେ କଂଗ୍ରେସ ଦଳ ବ୍ରହ୍ମପୁର ମହାନଗର ନିଗମ ଦଖଲ କରିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ । ମହାନଗର ନିଗମକୁ ଦୁର୍ନୀତିମୁକ୍ତ କରିବା ଏବଂ ବ୍ରହ୍ମପୁରବାସୀଙ୍କ ମୌଳିକ ସମସ୍ୟା ମୁଖ୍ୟତଃ ରାସ୍ତା, ନାଳନର୍ଦ୍ଦମା, ପାନୀୟ ଜଳ ସମସ୍ୟା, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ଗରିବଙ୍କ ପାଇଁ ବ୍ୟବସ୍ଥିତ ଯୋଜନାର କାର୍ଯ୍ୟକାରୀ କରିବା ଦିଗରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତେଣୁ ଜନସାଧାରଣଙ୍କ ଅସନ୍ତୋଷ ଚଳିତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ଜେନାଙ୍କ ନିର୍ବାଚନ ପ୍ରଚାର ଅବସରରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା ଏବଂ ବିଭିନ୍ନ ସ୍ଥାନରେ ସାଧାରଣ ଜନତା ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ । ଏହି ଅବସରରେ ଆୟୋଜିତ ଶୋଭାଯାତ୍ରାରେ ବିଧାୟକ ଶ୍ରୀ ଜେନାଙ୍କ ସମେତ ମେୟର ପ୍ରାର୍ଥୀ ଶ୍ରୀମତୀ ରଥ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା, କଂଗ୍ରେସର ମୁଖପାତ୍ର ରବି ରଥ, ଜିଲା କଂଗ୍ରେସ ଉପସଭାପତି ମହେଶ୍ୱର ପାତ୍ର, ସମ୍ପାଦକ ଦଣ୍ଡପାଣି ପାତ୍ର, ସେବାଦଳ ମୁଖ୍ୟ କିଶୋର କାପୁର, ୨ ନଂ ୱାର୍ଡର କର୍ପୋରେଟର ପ୍ରାର୍ଥୀ ଅଶୋକ କୁମାର ମୁନିଙ୍କ ସମେତ ଶହ ଶହ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.