ପାଟଣାଗଡ଼, (କେପିଏନ୍ଏସ୍) : ପାଟଣାଗଡ଼ କ୍ରିମିନାଲ୍ କୋର୍ଟ ବାର୍ ଏସୋସିଏସନ୍ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନିର୍ବାଚନରେ ଆଇନଜୀବୀ ଆଶିଷ କୁମାର ଚନ୍ଦନ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଆଇନଜୀବୀ ରମାକାନ୍ତ ଭୋଇ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଆଇନଜୀବୀ ଚିନ୍ତାମଣି ରାଉତ ଉପସଭାପତି ତଥା ଆଇନଜୀବୀ ଗୁଣମଣି ଦନ୍ତା ଯୁଗ୍ମ ସଂପାଦକ ଭାବେ ନିଦ୍ୱନ୍ଦ୍ୱରେ ମନୋନୀତ ହୋଇଛନ୍ତି । ନିର୍ବାଚନରେ ସଭାପତି ପଦ ପାଇଁ ଶ୍ରୀ ଚନ୍ଦନ ନିକଟତମ ପ୍ରତିଦ୍ୱନ୍ଦୀ ଆଇନଜୀବୀ ରାଜେଶ କୁମାର ପୁରୋହିତଙ୍କୁ ପରାଜିତ କରିଥିବା ବେଳେ ସଂପାଦକ ପଦ ପାଇଁ ଶ୍ରୀ ଭୋଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଆଇନଜୀବୀ ଜୟନ୍ତ କୁମାର ହୋତାଙ୍କୁ ପରାସ୍ତ କରିଛନ୍ତି ।
Prev Post