oom

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସଜବାଜ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ପ୍ରଥମ ପର୍ଯ୍ୟାୟ ଭୋଟ ସମାପ୍ତ ହୋଇଥିବା ବେଳେ ଆସନ୍ତାକାଲି ଆଗଲପୁର, ଲୋଇସିଂହା ଓ ପୁଇଁନ୍ତଲା ବ୍ଲକ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ହେବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଜବାଜ ଆରମ୍ଭ ହୋଇଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣରେ ନିର୍ବାଚନ ଡ୍ୟୁଟିରେ ଥିବା ସରକାରୀ କର୍ମଚାରୀମାନେ ରିପୋର୍ଟିଂ କରି ସାରିଥିବା ବେଳେ ଏହି ପର୍ଯ୍ୟାୟ ଭୋଟଗ୍ରହଣକୁ କିପରି ଅବାଧ ଓ ନିରପେକ୍ଷ କରାଯାଇପାରିବ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇ ସାରିଛି । ଅନ୍ୟପକ୍ଷରେ ଗତକାଲି ପ୍ରଚାର କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଶେଷଦିନରେ ପ୍ରାର୍ଥୀମାନେ ଘରକୁ ଘର ଯାଇ ଭୋଟ ଭିକ୍ଷା କରିଛନ୍ତି ।

jittmm
Leave A Reply

Your email address will not be published.