jayashree

ଶାନ୍ତି ଶୃଙ୍ଖଳାରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ବାଲିଗୁଡ଼ା ବ୍ଲକରେ ୮୨.୨୩% ଓ କ.ନୂଆଗାଁ ବ୍ଲକରେ ୭୧.୬୬% ମତଦାନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରେ ଶାନ୍ତି ଶୃଙ୍ଖଳା ସହ ସରିଲା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ । ଜିଲ୍ଲାର ବାଲିଗୁଡା ବ୍ଲକର ୧୪ ପଞ୍ଚାୟତରେ ୧୮୩ଟି ବୁଥ୍ ଓ କ.ନୂଆଗାଁ ବ୍ଳକର ୧୪ଟି ପଞ୍ଚାୟତରେ ୧୭୭ଟି ବୁଥରେ ଶାନ୍ତି ଶୃଙ୍ଖଳା ସହ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି । ବାଲିଗୁଡ଼ା ବ୍ଲକର ମୋଟ ୩୮୧୩୬ ଭୋଟରଙ୍କ ମଧ୍ୟରୁ ୮୧.୨୩% ମତଦାନ ହୋଇଥିବା ବେଳେ କ.ନୁଆଗାଁ ବ୍ଲକର ମୋଟ ୪୦୬୦୮ ଜଣ ଭୋଟରଙ୍କ ମଧ୍ୟରୁ ୭୧.୬୬% ମତଦାନ ହୋଇଥିବା ଜଣାପଡ଼ିଛି । ଏଥିରେ ବାଲିଗୁଡ଼ା ବ୍ଲକ୍ ୧୫ ନଂ ଯୋନ୍ ଓ ୧୬ ନଂ ଜୋନର ତିନି ପ୍ରମୁଖ ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ସମେତ ଜଣେ ସ୍ୱାଧିନ ପ୍ରାର୍ଥୀ ସମେତ ମୋଟ ୭ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ବାଲାଟ୍ ବକ୍ଷରେ ବନ୍ଦ ଥିବା ବେଳେ ୫୦ଜଣ ସରପଞ୍ଚ ପ୍ରାର୍ଥୀ, ୪୯ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ୧୬୧ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ବନ୍ଦ ହୋଇ ରହିଛି ବାଲାଟ୍ ବକ୍ସ ଭିତରେ । ସେହିଭଳି କ.ନୁଆଗାଁ ବ୍ଲକରେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳରୁ ତିନିଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୪୮ ଜଣ ସରପଞ୍ଚ ପ୍ରାର୍ଥୀ, ୩୬ ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ୪୮ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭାଗ୍ୟ ବାଲାଟ୍ ବକ୍ସରେ ବନ୍ଦ ହୋଇରହିଛି । ସେପଟେ ପ୍ରଥମ ପର୍ଯ୍ୟାୟର ଏହି ଭୋଟଗ୍ରହଣ ବେଳେ ବିଧାୟକଙ୍କ ନିଜ ପଞ୍ଚାୟତ ସାଇନପଡ଼ା ପଞ୍ଚାୟତର ୱାର୍ଡ ନମ୍ବର ୧୨ ନନ୍ଦମାହା, ଲେତିଙ୍ଗିଆ ପଞ୍ଚାୟତର କଣ୍ଡାବାଡି ୱାର୍ଡ ନମ୍ବର ୧୨, ଜିରିଡିକିଆ ପଞ୍ଚାୟତର ୱାର୍ଡ ନମ୍ବର ୧, ଗୁଞ୍ଜିଗାଁ ୱାର୍ଡ ନମ୍ବର ୧୦, ଉପର କଙ୍ଗେରକିଆ ୱାର୍ଡ ନମ୍ବର ୧୧, ବଣ୍ଡଗୁଡା ପଞ୍ଚାୟତର ୱାର୍ଡ ନମ୍ବର ୫ ମଗଡ଼ିଙ୍ଗିଆ ଗ୍ରାମବାସୀ ବିଭିନ୍ନ ଦାବୀ ନେଇ ଭୋଟ ବର୍ଜନ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.