ରାଉରକେଲା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ

  • ସରୋଜ ନାରାୟଣ ମହାପାତ୍ର ନିର୍ବାଚନ ଅଧିକାରୀ ନିଯୁକ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ (ଓ ଏସ ବି ସି) ନିର୍ଦ୍ଦେଶ କ୍ରମେ ଓଡ଼ିଶାର ସମସ୍ତ ଓକିଲ ସଂଘର ଆଗାମୀ ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଛି । ଏହି ନିର୍ବାଚନକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ରାଉରକେଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ସଂଘର ବରିଷ୍ଠ ସଦସ୍ୟ ଆଇନଜୀବୀ ସରୋଜ ନାରାୟଣ ମହାପାତ୍ରଙ୍କୁ ନିର୍ବାଚନ ଅଧିକାରୀ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି । ନିର୍ବାଚନ ଅଧିକାରୀ ଶ୍ରୀ ମହାପାତ୍ର ଦାୟିତ୍ଵ ଗ୍ରହଣ କଲାପରେ ଓ ଏସ ବି ସି ନୋଟିଫିକେସନ ଅନୁଯାୟୀ ଆଗାମୀ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଅନୁଯାୟୀ ମାର୍ଚ୍ଚ ୭ ତାରିଖରୁ ମାର୍ଚ୍ଚ ୯ ତାରିଖ ନାମାଙ୍କନ ପତ୍ର ଦାଖଲ,୧୦ ମାର୍ଚ୍ଚ ପ୍ରାର୍ଥୀପତ୍ର ପ୍ରକାଶ, ୧୧ ମାର୍ଚ୍ଚ ନାମାଙ୍କନ ପତ୍ର ଯାଞ୍ଚ,୧୨ ମାର୍ଚ୍ଚ ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ, ୧୩ ମାର୍ଚ୍ଚ ନାମାଙ୍କନ ପତ୍ର ପ୍ରତ୍ୟାହାର, ୧୪ ମାର୍ଚ୍ଚ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ସହିତ ମାର୍ଚ୍ଚ ୨୮ ତାରିଖ ସକାଳ ୭.୩୦ ମିନିଟରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଓ ଅପରାହ୍ନ ୪ ଟା ପରେ ଭୋଟ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ମହାପାତ୍ର ଏକ ପ୍ରେସ ବିବୃତିରେ ଜଣାଇବା ସହିତ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଛନ୍ତି ।

Leave A Reply

Your email address will not be published.