centurian jitm

ଆଇଆର୍‌ଇଏଲ୍ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

nschool

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିରଳ ମୃତ୍ତିକା (ଆଇଆର୍‌ଇଏଲ୍) କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଗତ ଜାନୁୟାରୀ ୧୯ ତାରିଖରେ ଆଇଆର୍‌ଇଏଲ୍ ପ୍ଲାଣ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ସୁଶାନ୍ତ ପାତ୍ର, ସାଧାରଣ ସମ୍ପାଦକ ଭାବେ ଫାର୍ମାସିଷ୍ଟ ତେଜସ୍ଵୀ ହୃଷିକେଶ ଆଚାର୍ଯ୍ୟ ନିର୍ବାଚିତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କ୍ଷେତ୍ରବାସୀ ନାୟକ ଉପ-ସଭାପତି, ବିଦେଶୀ ବେହେରା ସହସମ୍ପାଦକ ଓ ସତ୍ୟନାରାୟଣ ବେହେରା କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏହି ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଙ୍ଘ ସହ ଅନୁବନ୍ଧିତ । ଅତୀତରେ କରିଥିବା ବହୁ ଲୋକାଭିମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକ୍ରମ ଯୋଗୁଁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ଏହି ବିଜୟ ଅପରାନ୍ତେ ବିଦାୟ କାଳୀନ ସଭାପତି ଅରୁଣ କୁମାର ନାହାକ କର୍ମଚାରୀମାନଙ୍କୁ ଶ୍ରମିକ ଏକତା ଓ ସ୍ୱାର୍ଥ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ନିର୍ବାଚନ ଅବାଧ, ନିରପେକ୍ଷ ଓ ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁ ନବନିର୍ବାଚିତ କାର୍ଯ୍ୟକର୍ତ୍ତା ଜିଲ୍ଲା ଶ୍ରମ-କର୍ଯ୍ୟାଳୟ, ଆଇଆର୍‌ଇଏଲ୍ (ଇଣ୍ଡିଆ) ମ୍ୟାନେଜ୍‌ମେଣ୍ଟ ଓ ସଂଗଠନର କର୍ମଚାରୀଙ୍କୁ ସାଦରରେ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.