ଆଗାମୀ ପଞ୍ଚାୟତ ନିର୍ବାଚନରେ ୩ ନମ୍ବର ଜୋନ୍ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକିୟା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ବିଜେଡ଼ି ପକ୍ଷରୁ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଜୋନ୍‌ସ୍ତରୀୟ ପ୍ରାର୍ଥୀ ଚୟନ ପ୍ରକିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଳକର ଜୋନ୍ ନଂ ୩ ପାଇଁ ବିଜେଡି ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଚୟନ କରାଯାଇଥିଲା । ଏଥିରେ ଜୋନ୍‌ର ୯ଟି ପଞ୍ଚାୟତର ଦଳୀୟ କର୍ମୀ ସଦସ୍ୟମାନେ ଉପସ୍ଥିତ ଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମସ୍ତଙ୍କ ସହଯୋଗ ହିଁ ଆବଶ୍ୟକ ରହିଛି ଏବଂ ଜୋରଦାର ପ୍ରସ୍ତୁତି ଚଳାଇବାକୁ ପରାମର୍ଶ ଦେଇଥିଲେ । ଦଳ ପକ୍ଷରୁ ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ପୂର୍ଣ୍ଣ ଭାବେ ସହଯୋଗ କରିପାରିବା ପାଇଁ ଆହ୍ୱାନ କରିଥିଲେ । ଏଥିରେ ବିଧାୟକ ପ୍ରତିନିଧି ପଞ୍ଚୁ ଦେବ ସାହୁଙ୍କ ସମେତ ଅନ୍ୟ ସଦସ୍ୟଙ୍କ ବହୁ ଦଳୀୟ କର୍ମକର୍ତ୍ତା ସଦସ୍ୟ ଉପସ୍ଥିତ ଥିଲେ । ସେହିପରି ପାଟଣାଗଡ଼ ବ୍ଳକ ସମସ୍ତ ଜୋନ୍ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକିୟା ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.