om academy

ରାମାସ୍ୱାମୀ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ନିର୍ବାଚନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ରାମାସ୍ୱାମୀ ମନ୍ଦିର ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ଉମାଶଙ୍କର ପଣ୍ଡାଙ୍କ ସଭାପତିତ୍ୱରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ମନ୍ଦିରର ଉନ୍ନତି ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରାଯିବ ତାହା ଆଲୋଚନା ହୋଇଥିଲା । ସର୍ବସମ୍ମତି କ୍ରମେ ନୂତନ କମକର୍ତ୍ତା ଚୟନ କରାଯାଇଥିଲା । ପରିଚାଳନା କମିଟିର ସଭାପତି ଭାବରେ ଉମାଶଙ୍କର ପଣ୍ଡାଙ୍କୁ ନିର୍ବାଚିତ ହୋଇଥିଲେ । ସମ୍ପାଦକ ଭାବରେ ବିକ୍ରମ ପାତ୍ର, ଉପସଭାପତି ଶଙ୍କର ପ୍ରସାଦ ମାଝୀ ଓ ମାର୍ଗଶୀର କର୍ମୀ, ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥୀ ଓ କୋଷାଧ୍ୟକ୍ଷ ଭାବରେ ହିମାଂଶୁ ଶେଖର ପଣ୍ଡା ନିର୍ବାଚିତ ହୋଇଥିଲେ । ଅଡିଟର ଭାବରେ ସନ୍ତୋଷ ଦାଶଙ୍କୁ ବଛାଯାଇଥିଲା । ସେହିଭଳି କାର୍ଯ୍ୟକାରୀ କମିଟିରେ ଗୋକୁଳ କରଣ, ହରିଶ ବଗର୍ତ୍ତୀ, ବୁଲୁ ଦାଶ, ସୋମ୍ୟଦୀପ ସରାଫ, ରବି ବାଗ, ଶନ୍ତନୁ ଭାଟି, ମନୋଜ ବିଶି, ବଳଦେବ ହାତୀ, ସନୋଜ ମିଶ୍ର, ପ୍ରେମଜିତ ଯୋଷୀ, ପ୍ରେମା ମିଶ୍ର ଓ ଦେବାଶିଷ ଦାସ(ଟିଟୁନ) ଦାୟିତ୍ୱ ପାଇଥିଲେ । ନିର୍ମାଣାଧୀନ ରାମାସ୍ୱାମୀଙ୍କ ଭବ୍ୟ ମନ୍ଦିରରେ ଏହି କମକର୍ତ୍ତାମାନେ ତାଙ୍କର ଦାୟିତ୍ୱ ସୁଚାରୁ ରୂପେ ବହନ କରିବେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା । ଏହି ମହତ୍‌ କାର୍ଯ୍ୟରେ ଜନସାଧାରଣ ସହଯୋଗର ହାତ ବଢାଇବାକୁ କମିଟି ତରଫରୁ ନିବେଦନ କରାଯାଇଥିଲା ।

Leave A Reply

Your email address will not be published.