oom

ଅତାବିରା ଏନ୍‌ଏସି ନିର୍ବାଚନ : ଚାଲିଛି ମତଦାନ

jsmm

ସରଣ୍ଡା : ବରଗଡ଼ ଜିଲ୍ଲା ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟା ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲୁରହିବ । ଅତାବିରା ଏନ୍‌ଏସିର ୧୨ଟି ୱାର୍ଡରେ ମତଦାନ ପାଇଁ ମୋଟ୍‌ ୧୬ଟି ବୁଥ୍‌ କରାଯାଇଛି । ପ୍ରତି ବୁଥ୍‌ରେ ଜଣେ ପ୍ରିଜାଇଡିଂ ଅଫିସର, ୪ ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ସେଥିମଧ୍ୟରୁ ୭ଟି ସମ୍ବେଦନଶୀଳ, ୩ଟି ଅତି ସମ୍ବେଦନଶୀଳ ଚିହ୍ନଟ ହୋଇଛି । ଅତାବିରା ବାଳିକା ହାଇସ୍କୁଲର ୨ନଂ. ମତଦାନ କେନ୍ଦ୍ରକୁ ପିଙ୍କ୍‌ (ଗୋଲାପି) ବୁଥ୍‌ କରାଯାଇଛି । ଏହି ବୁଥ୍‌ରେ ସମସ୍ତ ନିର୍ବାଚନ କର୍ମଚାରୀ ଓ ଦଳୀୟ ଏଜେଣ୍ଟ ମହିଳା ରହିବେ ବୋଲି ନିର୍ବାଚନ ଅଧିକାରୀ ତଥା ବରଗଡ଼ ଉପଜିଲ୍ଲାପାଳ ଲଲାଟ ଲୁହା ପ୍ରକାଶ କରିଛନ୍ତି ।

ବରଗଡ଼ ଏସ୍‌ପି ପି.ଏସ୍‌. ମିନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ନେତୃତ୍ୱରେ ଏଡିଏମ୍‌ ମିର୍ଦ୍ଧା ଟପ୍ପୋ, ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଲଲାଟ ଲୁହା, ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର, ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ନୃସିଂହ ଚରଣ ସ୍ୱାଇଁ, ଅତାବିରା ବିଡିଓ ପ୍ରମୋଦ କୁମାର ମେହେର ପ୍ରମୁଖ ନିର୍ବାଚନ ତଦାରଖ କରୁଛନ୍ତି ।

jittmm
Leave A Reply

Your email address will not be published.