ଦେଓଗାଁ ହାଇସ୍କୁଲରେ ଫାଇଲେରିଆ ରୋଗ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଫାଇଲେରିଆ ରୋଗ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଏବିଡିଓ ପୁଷ୍ପାଞ୍ଜଳି ନାଏକ, ସିଡିପିଓ ମିନତୀ କୁମାରୀ ମିଶ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆମ୍ବରିଶ ଭୋଇଙ୍କ ସହ ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଦେଓଗାଁ ବ୍ଲକ ବ୍ରାହ୍ମଣୀଜୋର ହାଇସ୍କୁଲର ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ସିନେ ଅଭିନେତା ରତନ ମେହେର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ା. ଚିତ୍ତରଞ୍ଜନ ମିଶ୍ର ଫାଇଲେରିଆ ରୋଗ ସମ୍ପର୍କରେ ସୂଚନା ଦେବା ସହ ଏ ଦିଗରେ ବ୍ୟାପକ ଜନ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ସିଏଚ୍‌ସିର ବିପିମ୍ ପରେଶ ସାହୁ, ବିଡିଏମ୍ ବିପ୍ଳବ ମିଶ୍ର, ପିଏଚଇଓ ସ୍ନେହଲତା ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ । ଦେଓଗାଁ ଆଶା କର୍ମୀ ପୂର୍ଣ୍ଣମୀ ହରପାଲ ଔଷଧ ସେବନ ଦାୟିତ୍ଵ ତୁଲାଇଥିଲେ । ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ତେଣୁ ଦେଓଗାଁ ବ୍ଲକକୁ ଫାଇଲେରିଆ ମୁକ୍ତ କରିବା ପାଇଁ ଅଭିଯାନରେ ସାମିଲ ହେବା ପାଇଁ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ ।

Leave A Reply

Your email address will not be published.