oom

ଫାଇଲେରିଆ ନିରାକରଣ ଅଭିଯାନରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଦୁର୍ଗାପାଲିଠାରେ ଫାଇଲେରିଆ ନିରାକରଣ ଅଭିଯାନରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକମରେ ମୁଖ୍ୟ ଅତିଥିଭାବରେ ଦୁର୍ଗାପାଲି ପଂଚାୟତର ସରପଂଚ ଶ୍ରୀମତୀ ଜନନୀ ମହାଲିଙ୍ଗ ଯୋଗଦେଇ ଫାଇଲେରିଆ ନିରାକରଣ ଅଭିଯାନରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ମହିଳା ସ୍ୱାସ୍ଥ୍ୟ କର୍ମୀ ସ୍ୱର୍ଣ୍ଣପ୍ରଭା ବହିଦାର, ଆଶା ଦିଦି, ଅଙ୍ଗନୱାଡ଼ି ଦିଦି ପୁରଷ ୱାସ୍ଥ୍ୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆଜିଠୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏକ ଦଣ୍ଡ ନୃତ୍ୟ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଦୁର୍ଗାପାଲି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ଓ ଏକ ରାଲି ମଧ୍ୟ କରାଯାଇ ଘରକୁ ଘର ଯିବା ସହ ସ୍କୁଲକୁ ଗୁଡ଼ିକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଔଷଧ ଖୁଆଯାଇଥିଲା ।

jittmm
Leave A Reply

Your email address will not be published.