ଫାଇଲେରିଆ ନିରାକରଣ ଅଭିଯାନ

ଲାଠୋର : ଲାଠୋରରେ ଫାଇଲେରିଆ ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘରକୁ ଘର ବୁଲି ଆଶାକର୍ମୀମାନେ ଫାଇଲେରିଆ ନିରାକରଣ ଉପରେ ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି । ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ସମସ୍ତଙ୍କୁ ଫାଇଲେରିଆ ଔଷଧ ଖୁଆଇବା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ କନକ ମେହେର, ମଦନା ନାଏକ, ଚମ୍ପାବତୀ ତାଣ୍ଡି, ବିଷ୍ଣୁପ୍ରିୟା ନାୟକ, ବାସନ୍ତି ଶବର, ଯଶୋବନ୍ତୀ ମେହେର ପ୍ରମୁଖ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.