ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ “ଏକ ରାଷ୍ଟ୍ର ଏକ ନିର୍ବାଚନ” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଏକ ରାଷ୍ଟ୍ର ଏକ ନିର୍ବାଚନ ଶୀର୍ଷକକୁ ନେଇ ଏକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟ ଅଧକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅର୍ଗସ ନିୟୁଜ ମୁଖ୍ୟ ସମ୍ପାଦକ ସଞ୍ଜୟ କୁମାର ଜେନା ଯୋଗଦେଇ ସାମ୍ପ୍ରତିକ ସମୟରେ ଏକ ରାଷ୍ଟ୍ର ଏକ ନର୍ବାଚନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଵକ୍ତା ଭାବରେ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଡ଼ଃ ପ୍ରମୋଦ କୁମାର ତ୍ରିପାଠୀ ଏବଂ ରାଜା ମର୍ଦରାଜ ଦେବ ମହାବିଦ୍ୟାଳୟ ଅଧକ୍ଷ ଡ଼ଃ ପ୍ରଶାନ୍ତ କୁମାର ରାଉତ, କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ରାଜନୀତି ବିଭାଗର ପ୍ରଧ୍ୟାପକ ଡ଼ଃ ସଞ୍ଜୟ କୁମାର ଏଵଂ ଡ଼ଃ ଅମର ପ୍ରସାଦ ବିଶୋଇ ପ୍ରମୁଖ ଯୋଗଦେଇ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ର ତାତ୍ୱିକ ଏବଂ ରାଜନୈତିକ ସାମାଜିକ ଦିଗ ବିଷୟରେ ଆଲୋଚନା କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସବିଶେଷ ବିଷୟରେ ଆଲୋଚନା କରିଥିଲେ ।