ମାନ୍ଦଲା କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା ଆଞ୍ଚଳିକ ସାଧନ କେନ୍ଦ୍ରର କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା କମେଇମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନସିଂ ମାଝୀଙ୍କ ତତ୍ତ୍ୱାବଧାନରେ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ପୁଟାପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ରୁର ପୁଟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଧନସିଂ ମାଝୀ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭା ପରିଚାଳନା କରିଥିଲେ । ସର୍ବ ପ୍ରଥମେ ଅତିଥି ମାନେ ମାଁ ବାଗଦେବୀ ଫଟୋଚିତ୍ରରେ ଧୂପଦୀପ ଓ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଛାତ୍ରୀବୃନ୍ଦ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ତାପରେ ନିପୁଣ ମିଶନର ଗୀତ ଓ ପ୍ରତିଜ୍ଞା ନିଆଯାଇଥିଲା । ପ୍ରଥମରୁ ତୃତୀୟ ଶ୍ରେଣୀର ସଂଖାଜ୍ଞାନ ଓ ଭାଷାଜ୍ଞାନ ଉପରେ ତିଆରି ହୋଇଥିବା ବିଭିନ୍ନ ଶିକ୍ଷଣ ସାମଗ୍ରୀ ମେଳାରେ ପ୍ରଦର୍ଶନ କରାଯାଇଥିଲା । ଶିକ୍ଷଣ ସାମଗ୍ରୀ ଗୁଡିକୁ ଛାତ୍ରଛାତ୍ରୀ, ଶିକ୍ଷକ , ଶିକ୍ଷୟିତ୍ରୀ, ଅଭିଭାବକ ଦେଖି ଖୁସି ଅନୁଭବ କରିଥିଲେ । ସାଲେପଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଷ୍ଣବ ବେହେରା, ଏଫଏଲଏନ ଶିକ୍ଷକ ସୁରେଶ ମାଝୀ, ତାରା ପ୍ରଧାନଙ୍କ ପ୍ରଚେଷ୍ଟାରେ ତିଆରି ହୋଇଥିବା ଶିକ୍ଷଣ ସାମଗ୍ରୀକୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ । ବିଚାରକ ଭାବରେ ଶିକ୍ଷକ ବିମଳ ହାତୀ ଓ ବିଦ୍ୟାଧର ନାୟକ ସମସ୍ତ ଶିକ୍ଷଣ ସାମଗ୍ରୀ ଗୁଡିକୁ ବୁଲି ଦେଖିଥିଲେ । ସାଲେପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମ ପୁରସ୍କାର ଦେବାକୁ ଚୟନ କରିଥିଲେ । ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ମେଳାରେ ଶିକ୍ଷକ ଲଳିତ କୁଅଁର, ଭବାନୀ ବେହେରା, ବିଶେଶ୍ୱର ମୁଦୁଲି,ପ୍ରମୋଦ ମାଝୀ, ବିକାଶ ନାଥ, ହେମାନନ୍ଦ ତାଣ୍ଡୀ, ଘନଶ୍ୟାମ ଭୋଏ, ବିକାଶ ବର୍ଗେ, ଶରତ ମାଝୀ, ରାଜ କିଶୋର ସେଠ, ମୋହିନୀ ଧରୁଆ, ଯଶୋବନ୍ତୀ ପୁଟେଲ, ଚନ୍ଦ୍ରାବତୀ ଦେଇ, ସହଯୋଗ କରିଥିଲେ ।

Leave A Reply

Your email address will not be published.