ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ସମାରୋହକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏ ଅଧ୍ୟକ୍ଷତା କରିଥିଲେ । ଏନ୍ଏସି ଅଧ୍ୟକ୍ଷା ସୀତା ବାରିକ ମୁଖ୍ୟ ଅତିଥି, ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ରଜନୀକାନ୍ତ ଦାଶ ମୁଖ୍ୟବକ୍ତା, ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଗଗନ ବେହେରା ଓ ଜନକ ସେଠ, ପୂର୍ଣ୍ଣଚନ୍ଦ୍ର ପଧାନ, ସୁଶାନ୍ତ କୁମାର ପାଣ୍ଡେ, ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବାସୁଦେବ ପଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆନନ୍ଦଦାୟୀ ଶିକ୍ଷଣ ପାଇଁ ଶିକ୍ଷଣ ସାମଗ୍ରୀ ଏକାନ୍ତ ଆବଶ୍ୟକ । ଏହା ପିଲାଙ୍କୁ ଭୟମୁକ୍ତ, ଚାପମୁକ୍ତ ଶିକ୍ଷଣ ନିମିତ୍ତ ଉତ୍ସାହିତ କରିଥାଏ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ସ୍ଥାନୀୟ ସ୍କୁଲର ଲିପିକା ଓ ସାଥୀଗଣ ସ୍ଵାଗତ ସଂଗୀତ, ଏମ୍. ଗଣ୍ଡପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରୀୟା ସାହୁ ଓ ସାଥୀଗଣ ନିପୁଣ ଓଡିଶା ନୃତ୍ୟ ପରିବେଷଣ କରିଥିଲେ । ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିବାକର ବରିହା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ବିଜେପୁର କ୍ଲଷ୍ଟରର ୧୩ଜଣ ଓ ୧୨ଟି କ୍ଲଷ୍ଟରର ଶ୍ରେଷ୍ଠ ୧୨ ଜଣ ଏଫ୍ଏଲଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବଡବାଉଁଶେନ ସିଆର୍ସିସି ଦୁର୍ବାଦଳ ବଡଗୋଛିଆ ଶପଥ ପାଠ କରାଇଥିଲେ । ସଭାକୁ ଶିକ୍ଷୟିତ୍ରୀ ନମିତା ବେହେରା ସଂଯୋଜନା କରିଥିଲେ । ସିଆର୍ସିସି ବାସୁଦେବ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଜେପୁର କ୍ଲଷ୍ଟର ସମେତ ଅନ୍ୟ ୧୧ଟି କ୍ଲଷ୍ଟରରୁ ୧୫୫ଟି ଶିକ୍ଷଣ ସାମଗ୍ରୀ ପ୍ରକଳ୍ପକୁ ଅଭିଭାବକଗଣ ପରିଦର୍ଶନ କରି ବିମୋହିତ ହୋଇଥିଲେ । ଅଭିଭାବକଗଣ ନିପୁଣ ଓଡିଶା ମେଳାର ସେଲଫି କର୍ଣ୍ଣର ମଜା ଉଠାଇଥିଲେ । ସୁଧାଂଶୁ ଶେଖର ଜାଲ, ସୀତାରାମ ଦୀପ, ପ୍ରକାଶ ମହାନନ୍ଦ, ହେମନ୍ତ କୁମାର ଆରୁକ, ରାଜେଶ୍ଵର ବେହେରା, ପ୍ରଭାତ ରଞ୍ଜନ ସାହୁ, ନବୀନ କୁମାର ସାହୁ, ତ୍ରିନାଥ ସେଠ, ଡୋଳାମଣି କୁମ୍ଭାର, ଶରତ ପଧାନ ପ୍ରମୁଖ ସିଆର୍ସିସି ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।