om academy

ମଦ ପିଇ ରାସ୍ତାରେ ଗଡିବା ପଡିଲା ମହଙ୍ଗା, ପୋଲିସ କନଷ୍ଟେବଳ ନିଲମ୍ବିତ

jsm

ଉଦଳା : ନିଶା ଖାଇ ସର୍ବସାଧାରଣ ସ୍ଥାନରେ ପଡିବା ଏବଂ ମାତାଲ ହୋଇ ବୁଲିବା ଜଣେ ପୋଲିସ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡିଛି । ମାତାଲ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀ ଜଣଙ୍କ ହେଲେ ମୟୁରଭଞ୍ଜ ଜିଲ୍ଲା ଉଦଳା କୁଣ୍ଡାବାଇ ଫାଣ୍ଡିର କନଷ୍ଟେବଳ ଇଶ୍ବର ଚନ୍ଦ୍ର ମହାନ୍ତ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ କନଷ୍ଟେବଳ ଇଶ୍ବର ଚନ୍ଦ୍ର ମହାନ୍ତ ଉଦଳା-କପ୍ତିପଦା ରାସ୍ତାରେ ଥିବା ଏକ ମଦ ଦୋକାନ ସମ୍ମୁଖରେ ମଦ ପିଇ ପୁରା ନିଶାରେ ଚୁର ହୋଇଥିଲେ । ଗାଡିରୁ ପଡିଯିବା ସହ ମଦ ଦୋକାନ ସାମ୍ନାରେ ଶୋଇ ବି ପଡିଥିଲେ । ଏପରିକି ନିଶାରେ ଥିବା ଖୋଦ୍ ନିଜେ କନଷ୍ଟେବଳ ଇଶ୍ୱର ଚନ୍ଦ୍ର ମହାନ୍ତ ମାନିଥିଲେ ।

ପୂର୍ବରୁ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିବା କଥା ମାନିଥିଲେ । ନିଶାସକ୍ତ ଥିବା ସମୟରେ ସସ୍‌ପେଣ୍ଡ କରିଦେଲେ କରି ଦିଅନ୍ତୁ ବୋଲି ମଧ୍ୟ କହିଥିଲେ । ଶେଷରେ ତାହା ହିଁ ହୋଇଛି । ଏହି ପୋଲିସ କନଷ୍ଟେବଳ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ସର୍ବସାଧାରଣ ସ୍ଥାନରେ ଏଭଳି ବ୍ୟବହାର ପାଇଁ ନିଲମ୍ବିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.