ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରେଡ୍‌କ୍ରସ ଶାଖା ସୌଜନ୍ୟରେ ଛତ୍ରପୁର ସ୍ଥିତ ପଣ୍ଡିତନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ କରୋନା ସଚେତନତା ସଭା ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନାରୁ ରକ୍ଷା ପାଇବାକୁ ହେଲେ ମାସ୍କ ପିନ୍ଧିବା ସହ ହାତ ଧୋଇବା, ସରକାରଙ୍କ କୋଭିଡ୍ ଗାଇଡଲାଇନ ନିୟମ ମାନିବା ପାଇଁ ଜନ ସଚେତନତା କରାଯାଇଥିବା ବେଳେ କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ଯାତାୟତ କରୁଥିବା ବିଭିନ୍ନ ବର୍ଗ ଲୋକମାନଙ୍କୁ ଯୁବ ରେଡକ୍ରସ ପକ୍ଷରୁ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁବ ରେଡକ୍ରସ ଅଧିକାରୀ ଡଃ. ସୂର୍ୟ୍ୟ ନାରାୟଣ ଡାକୁଆ, ଡିଗ୍ରୀ ମହାବିଦ୍ୟାଳୟର ରେଡକ୍ରସ ଅଧିକାରୀ ଡଃ. ପ୍ରଦୀପ କୁମାର ପଣ୍ଡା, ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ରାମ ଚନ୍ଦ୍ର ପୋଇଙ୍କ ସମେତ ମହାବିଦ୍ୟାଳୟର ଯୁବ ରେଡକ୍ରସର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.