ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲରେ ପୁଣି ଘଟିଛି ଏକ ଅଭାବନୀୟ ଘଟଣା । ପାଇକମାଲ ଥାନା ହୀରାପୁର ଗାଁର ଜଣେ ନିଖୋଜ ନାବାଳିକାର ଥାନାରେ ରିପୋର୍ଟ ଲେଖାଯିବା ଅଢେଇ ଘଣ୍ଟା ମଧ୍ୟରେ ପୋଲିସ ନାବାଳିକାକୁ ଉଦ୍ଧାର କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ, ହୀରାପୁର ଗାଁର ଜଣେ ନାବାଳିକା ଗତ ଜାନୁଆରୀ ୧୩ ତାରିଖ ମଙ୍ଗଳବାର ରାତିରେ ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ ଓ ସେମାନେ ଜାଣିବାକୁ ପାଇଲେ ଯେ, ତାଙ୍କ ଗାଁର ରାକେଶ ସର୍ଜାଲ (୨୦) ନାମକ ଜଣେ ଯୁବକ ଅପହରଣ କରି ନେଇଯାଇଥିଲେ । ଏନେଇ ଝିଅଙ୍କ ବାପା ଭୋଳାନାଥ ଛତର ଗ୍ରାମ ହୀରାପୁର ପାଇକମାଲ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ ଓ ଆମ ଗ୍ରାମର ରାକେଶ ସର୍ଜାଲ ମୋର ଝିଅକୁ ଅପହରଣ କରି ନେଇଯାଇଛି ବୋଲି ବୁଧବାର ରାତିରେ ଲିଖିତ ଅଭିଯୋଗ କଲେ । ଏହାପରେ ପାଇକମାଲ ପୋଲିସ କେଶ ନଂ ୧୫ -ତାରିଖ ୧୪-୧-୨୬ ଧାରା -୧୩୭(୨) ବିଏନ୍ଏସ୍ଆର୍/ଡବ୍ଳୁ ସେକ୍ସନ ୮ ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ବୁଧବାର ରାତିରେ ଝାରମୁଣ୍ଡା ଗାଁରୁ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରି ଗୁରୁବାର ଡାକ୍ତରୀ ମାଇନା ପାଇଁ ବରଗଡ଼ ସିଡବ୍ଲ୍ୟୁସିକୁ ପଠାଇ ଥିବାବେଳେ ଅଭିଯୁକ୍ତ ରାଜେଶ ସର୍ଜାଲକୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ କହିଛନ୍ତି ।
Prev Post