ବିଲ ଭିତରୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର

ସୁନ୍ଦରଗଡ : ସୁନ୍ଦରଗଡ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ବଗିଚାପଡା ଠାରେ ବିଲ ଭିତରୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକ ଜଣକ ମେଘନାଥ ତିଗା ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତକ ମେଘନାଥ ତିଗା ଗତକାଲି ଠାରୁ ନିଖୋଜ ଥିଲେ । ତେବେ ଆଜି ତାଙ୍କ ମୃତ ଦେହ ଏକ ବିଲ ମଧ୍ୟରୁ ମିଳିଥିବା ବେଳେ ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.