ମହାନଦୀରେ ବୁଡ଼ି ଜଣେ ନିଖୋଜ

ବାରଙ୍ଗ : ମହାନଦୀରେ ପୁଣି ଅଘଟଣ । ଗାଧୋଇବାକୁ ଯାଇ ଜଣେ ଯୁବକ ନିଖୋଜ । ନିଖୋଜ ଯୁବକ ହେଲେ ଅନିଲ ସେଠୀ (୧୮) । ଅଶୋକ ସେଠୀଙ୍କ ପୁଅ ଅନିଲ ଆଜି ନରାଜ ଆନିକଟର ବୁଢା ବନ୍ଧ ଠାରେ ସାଙ୍ଗମାନଙ୍କ ସହିତ ଗାଧୋଉଥିଲେ । ଅଚାନକ୍‌ ସେ ବୁଡ଼ିଯାଇଥିଲେ । ବୁଡ଼ିଯିବା ପରେ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା । ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ଅନିଲଙ୍କ କୌଣସି ପତ୍ତା ମିଳୁନାହିଁ ।

Leave A Reply

Your email address will not be published.