୧୫ ଦିନ ପରେ ନିଖୋଜ ବୃଦ୍ଧଙ୍କ ମୃତ ଦେହ ମାଟି ତଳୁ ଉଦ୍ଧାର : ହତ୍ୟାକାରୀ କୋର୍ଟ ଚାଲାଣ

  • ଜମିବାଡି ଓ ଅନ୍ୟକାରଣକୁ ନେଇ କରିଥିଲା ହତ୍ୟା

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ଥାନା ଧାମନଡଙ୍ଗା ପଂଚାୟତ ରଜାମରା ଗାଁର ଧୁବଲ ରଣା (୭୦) ୧୫ଦିନ ତଳେ ନିଖୋଜ ହୋଇଥିବା ଏକ ଥାନାରେ ତାର ପରିବାର ପକ୍ଷରୁ ଅଭିଯୋଗ କରିଥିଲେ । ହେଲେ ପୋଲିସ ଏହି ଘଟଣାକୁ ଗୁରୁତ୍ୱ ନଦେବାରୁ ପରିବାର ପୁର୍ନବାର ହତ୍ୟା କରିଥିବା ପୁଣି ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ଗୁରୁତ୍ୱ ଦେଇ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇଥିଲା । ସୂଚନା ଅନୁସାରେ ଗତ ୧୯.୨.୨୦୨୪ରୀଖରେ ଧୁବଲ ରଣା (୭୦) ତାଙ୍କ ଚାଷଜମିକୁ କୌଣସି କାମରେ ଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲେ । ଏହି ଘଟଣାକୁ ନେଇ ପରିବାର ବର୍ଗ ଥାନାରେ ପ୍ରଥମେ ଏକ ନିଖୋଜ ମାମଲା ଦେଇଥିଲେଲେ । ଏହା ପରେ ପୋଲିସ ୨ ଦିନ ଧରି କୌଣସି ସୁରାଖ ନପାଇବାରୁ ପରିବାର ବର୍ଗ ପୁଣି ଗତ ତା. ୨୧.୨.୨୦୨୪ଦିନ ହତ୍ୟା କରାଯାଇଥିବା ନେଇ ଏକ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ଅଧିକ ଗୁରୁତ୍ୱ ଦେଇ ଗାଁକୁ ଯାଇ ଅଧିକ ଛାନବିନ୍‌ କରିବା ମଧ୍ୟରେ ନିକଟରେ ଥିବା ଏକ ପୋଖରୀରୁ ଟାଙ୍ଗିଆ ଏବଂ ବୃଦ୍ଧାଙ୍କ ଚପଲ ଉଦ୍ଧାର କରିଥିଲା । ସେହିଦିନଠାରୁ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଯୋର ସୋର କରିଥିବା ବେଳେ ମଙ୍ଗଲବାର ଦିନ ପୋଲିସ ସେହି ଗାଁର ପରମେଶ୍ୱର ମହାକୁଡ (୪୨)କୁ ସନ୍ଦେହ କରି ଥାନାକୁ ଆଣି ପଚରା ଉଚୁରା କରିଥିଲେ । ପୋଲିସ ତଦନ୍ତ କରିବା ମଧ୍ୟରେ ପରମେଶ୍ୱର ଏହି ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ଥିବା ସ୍ୱୀକାର କରିଥିଲା । ପୋଲିସ ହତ୍ୟାକାରୀଙ୍କୁ ନେଇ ଘଟଣାସ୍ଥଳରେ ବଲାଙ୍ଗିର ସାଂଟିଫିକ ଦଳ ଏବଂ ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟ ରତନଲାଲ ମୁଣ୍ଡାଙ୍କ ଉପସ୍ଥିତିରେ ହତ୍ୟା କରି ପୋତି ଥିବା ସ୍ଥାନରୁ ମୃତ ଦେହକୁ ଉଦ୍ଧାର କରିଥିଲା । ହତ୍ୟାକାରୀ ବୃଦ୍ଧ ଧୁବଲକୁ ଜମିବାଡି ମାମଲା ଓ ଅନ୍ୟ ଘଟଣାରେ ହତ୍ୟା କରି ମୁରିବାହାଲ ଥାନା କଟାଡୁଙ୍ଗୁରୀ ଏମ.ଜି.ଏନ.ଆର.ଜି.ଏ. କାମ ଚାଲିଥିବା ଗାର୍ଡୱାଲ ନିକଟରେ ମାଟି ଖୋଲି ପୋତି ଦେଇଥିବା ସ୍ୱୀକାର କରିଥିଲା । କଂଟାବାଞ୍ଜି ପୋଲିସ ମୃତ ଦେହକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ଆଣିଥିଲା । ଶବଟି ୧୫ ଦିନ ହୋଇଥିବାରୁ ଏଠାରେ ଶବ ବ୍ୟବଚ୍ଛେଦ ହୋଇ ନପାରି ବଲାଙ୍ଗିର ମେଡିକାଲ କଲେଜକୁ ପଠାଇ ଦେଇଥିବା ଜଣାପଡିଛି । ଏହ ଘଟଣାକୁ ନେଇ ମଙ୍ଗଲବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ଅଭିଯୁକ୍ତଙ୍କ ନାମରେ କେସ ନଂ.୭୨/୨୩-୨୪ ରୁଜୁ କରି ଅଭିଯକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ଉପଖଣ୍ଡ ଅଧିକାରୀ ଗୌରାଙ୍ଗ ଚରଣ ସାହୁ ଏବଂ ଥାନା ଆଇ.ଆଇ.ସି. ରଶ୍ମିତା ବେହେରାଙ୍କଠାରୁ ପ୍ରକାଶ ।

Leave A Reply

Your email address will not be published.