ବାଦିଚକା ଗାଁର ୧୫ ବର୍ଷୀୟ ନାବାଳକ ପୁଅ ନିଖୋଜ : ମିଳୁନି ପତ୍ତା, ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଣ୍ଡାବୁଟୁଲା ପଞ୍ଚାୟତ ବାଦିଚକା ଗାଁର ଜଣେ ୧୫ ବର୍ଷୀୟ ନାବାଳକ ପୁଅ ମୋହନ ନାଗ ନିଖୋଜ ହେବା ପରେ ଆଉ ତାଙ୍କ ମିଳୁନି ପତ୍ତା ମିଳୁନଥିବାରୁ ଆଜି ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ସୂଚନା ଅନୁସାରେ, ଗତ ଅଗଷ୍ଟ ୧୫ ତାରିଖ ଦିନ ତାଙ୍କ ମାଆଙ୍କୁ ବଙ୍ଗୋମୁଣ୍ଡା ବାଳ କାଟି ହେବା ପାଇଁ ଯାଉଛି ବୋଲି କହିଥିଲେ । ପରେ ସେ ଆଉ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । ଗାଁ ଓ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ଖୋଜ ଖବର ମିଳି ନଥିବାରୁ ବଙ୍ଗୋମୁଣ୍ଡା ଥାନାରେ ନିଖୋଜ ହୋଇଥିବା ନେଇ ଏତଲା ଦେଇଛନ୍ତି ପରିବାର ଲୋକେ । ତେବେ ନିଖୋଜ ହେବାର ୫ ଦିନ ପରେ ମଧ୍ୟ ତାଙ୍କ ଖୋଜ ଖବର ପାଇ ନଥିବାରୁ ଚିନ୍ତାରେ ପଡି ଯାଇଛନ୍ତି ପୁରା ପରିବାର । ନିଖୋଜ ପୁଅକୁ ଉଦ୍ଧାର କରିବା ପାଇଁ ତାଙ୍କ ବାପା ଯଶୋବନ୍ତ ନାଗ ଆକୁଳ ନିବେଦନ କରିଛନ୍ତି । ଏନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ପୋଲିସ କହିଛି । ଦିନକୁ ଦିନ ଏହି ଅଞ୍ଚଳରେ ନିଖୋଜ ମାମଲା ବୃଦ୍ଧି ପାଉଥିବା ବେଳେ ପୋଲିସ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଉ ନଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଦେଖିବାକୁ ବାକି ରହିଲା ଏ ଦିଗରେ ପୋଲିସ ପ୍ରଶାସନ କ’ଣ ପଦକ୍ଷେପ ନେଉଛି ।

Leave A Reply

Your email address will not be published.