oom

ନିଖିଳ ଓଡ଼ିଶା ବାଣାୟତ ଓଡିଆ ସମାଜର ସମ୍ମିଳନୀ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଶାଖା ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ଏକ ସଭା ଛତ୍ରପୁର ସ୍ଥ ଲିସା-ଗ୍ୟାଲେକ୍ସିଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଖିଳ ଓଡିଆ ସମାଜର ଜିଲ୍ଲା ସଭାପତି ଗାନ୍ଧର୍ବ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଣାୟତ ଓଡିଆ ସମାଜର ନିୟମ କାନୁନ୍ ଏବଂ ବାଣାୟତ ଓଡିଆ ସମାଜକୁ ସୁଦୃଢ କରିବା ଉପରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର ସେଠୀ, ଭାସ୍କର ପ୍ରଧାନ, କୃଷକ ନେତା ସିମାଞ୍ଚଳ ନାହାକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଓଡିଆ ସମାଜର ଇଷ୍ଟ ଦେବୀ ମା’ ନାରାୟଣୀ, ମା’ କୁଳ ଗଙ୍ଗାଙ୍କୁ ପୁଜାର୍ଚ୍ଚନା କରି ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ଛତ୍ରପୁର ସହର ସମେତ କାଳିଆବାଲି, ମାଟିଖାଲ ଅଞ୍ଚଳର ପ୍ରାୟ ୧୦୦ ବାଣାୟତ ଓଡିଆ ପରିବାର ସଦସ୍ୟ ବସବାସ କରୁଥିବାରୁ ଏଥିପାଇଁ ଛତ୍ରପୁର ନଗର ତାଲୁକା କମିଟି ଗଠନ କରିବାର ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇଥିଲା । ଏନେଇ ଜିଲ୍ଲା ସଭାପତିଙ୍କୁ ସ୍ୱତନ୍ତ୍ର ଭାବେ ବାଣାୟତ ଓଡିଆ ସମାଜର ସଂଘ ଶାଖା ଛତ୍ରପୁର ନଗର ତାଲୁକା କମିଟି ଗଠନ କରିବା ପାଇଁ ଅନୁରୋଧ କରାଯାଇଥିଲା । ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଛତ୍ରପୁର ନଗର କମିଟି ଗଠନ କରିବା ପାଇଁ ଉଦ୍ୟମ କରିବା ପୂର୍ବକ ଜିଲ୍ଲା ସଭାପତି ପ୍ରତିଶୃତି ଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଦେବରାଜ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ରାମ ପରିଡା, ଯୁବ ସମାଜସେବୀ ବାଦଲ ପାଣ୍ଡି, ନିରଞ୍ଜନ ସ୍ୱାଇଁ, ନରେନ୍ଦ୍ର ପ୍ରଧାନ, ରଞ୍ଜନ ନାହାକ, ପୂର୍ଣ୍ଣଞ୍ଜୟ ଜେନା, ଭଗବାନ ସେଠୀ, ରାମଚନ୍ଦ୍ର ଜେନା, ସୋମନାଥ ଜେନା, ଅଙ୍ଗଦ ବିଶ୍ୱାଳ, ପ୍ରକାଶ ସ୍ୱାଇଁ, ଭାସ୍କର ପ୍ରଧାନ, ଯୋଗୀ ପ୍ରଧାନ, ସୁରେନ୍ଦ୍ର ଜେନା, ଟିଟୁ ମଲ୍ଲିକ, ସୁରେଶ ପ୍ରଧାନ, ବିଦେଶୀ ନାହାକ, ପ୍ରଫୁଲ୍ଲ ଜେନାଙ୍କ ସମେତ ଶତାଧିକ ବାଣାୟତ ଓଡିଆ ସମାଜର ସଦସ୍ୟମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.