om academy

ଆଇ. ଆର୍‌. ଇ. ଏଲ୍.ରେ ସ୍ଥାୟୀ ନିଯୁକ୍ତି ନେଇ ଛତ୍ରପୁର ବିଧାୟକଙ୍କ ସହ ଆଲୋଚନା ଓ ଆନୁସଙ୍ଗିକ ଦାବୀ

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟରେ ଅବସ୍ଥାପିତ ଭାରତ ସରକାରଙ୍କ ଏକ ପ୍ରତିଷ୍ଠାନ ଆଇ. ଆର୍‌. ଇ. ଏଲ୍. (ଇଣ୍ଡିଆ) ପ୍ଲାଣ୍ଟରେ ଦୀର୍ଘ ବର୍ଷ ଧରି ବିଭିନ୍ନ ପଦବୀ ଖାଲି ପଡ଼ିଛି । ଯଥା ଅଣକୁଶଳୀ, କୁଶଳୀ, ସୁପରଭାଇଜର ପଦବୀରେ ନିଯୁକ୍ତି ଦେବାରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦେବା ନିମନ୍ତେ ସାଧାରଣରେ ଦାବୀ ହେଉଛି । ଏହି ପ୍ରତିଷ୍ଠାନରେ ଅଦ୍ୟାବଧି ସ୍ଥାନୀୟ ବାସିନ୍ଦା କାର୍ଯ୍ୟ କରିଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ସ୍ଥାନୀୟ ବାସିନ୍ଦାଙ୍କୁ ଆଜି ସୁଦ୍ଧା ଛତ୍ରପୁର ସବ-ଡିଭିଜନ୍‌ର କାହାରିକୁ ବି ଏଠାରେ ସ୍ଥାୟୀ ନିଯୁକ୍ତି ଦିଆଯାଇନାହିଁ । ଏହା ଅତ୍ୟନ୍ତ ପରିତାପ ଓ କ୍ଷୋଭର ବିଷୟ ହେଇଛି । ଏଠାରେ ପ୍ରତ୍ୟେକ ବର୍ଷ ବାହାର ରାଜ୍ୟର ଶ୍ରମିକଙ୍କୁ ପ୍ଲାଣ୍ଟରେ ବହୁ ପରିମାଣରେ ନିଯୁକ୍ତି ସୁଯୋଗ ଦିଆଯାଉଛି । ଯେଉଁମାନେ କି ନିଯୁକ୍ତି ପାଇବା ପରେ ବର୍ଷେ କିମ୍ବା ଦୁଇ ବର୍ଷ ଚାକିରି କରି ଅନ୍ୟ ଜାଗାକୁ ଚାଲିଯାଉଛନ୍ତି । ଯାହାଦ୍ୱାରା ପ୍ଲାଣ୍ଟର ବି ବିଶେଷ କ୍ଷତି ମଧ୍ୟ ହେଉଛି । ତେଣୁ ଏହି ପରିସ୍ଥିତିରେ କିପରି ସୁଧାର ଆସିବ, ସେ ନେଇ ଆଜି ପ୍ଲାଣ୍ଟର ୫୦ରୁ ଅଧିକ ଶ୍ରମିକ ଏକତ୍ରିତ ହୋଇ ଛତ୍ରପୁର ସ୍ଥିତ ବିରେଶ୍ୱର ମନ୍ଦିର ନିକଟରେ ଏକ ଆଲୋଚନା ରଖିଥିଲେ । ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ ଛତ୍ରପୁରର ନବନିଯୁକ୍ତ ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ପ୍ରଥମେ ତାଙ୍କୁ ପ୍ଲାଣ୍ଟ ଶ୍ରମିକ ତରଫରୁ ମନୋରଞ୍ଜନ ବେହେରା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ପରେ ସମସ୍ତ ଦାବୀ ତଥା ପ୍ଲାଣ୍ଟରେ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ବିଷୟରେ ଜଣାଇଥିଲେ । ଏହି କ୍ରମରେ ପ୍ଲାଣ୍ଟରେ କାର୍ଯ୍ୟରତ ଟୁଟୁ ନାୟକ କହିଥିଲେ, ପ୍ଲାଣ୍ଟରେ ଯଦି ଆମ ରାଜ୍ୟର ଶ୍ରମିକମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ୭୫% ସଂରକ୍ଷଣ ପାଇଁ ବ୍ୟବସ୍ଥା ହୁଅନ୍ତା, ତେବେ ହୁଏତ ଏଠାରେ ଆମ ରାଜ୍ୟର ଶ୍ରମିକମାନଙ୍କୁ କିଛି ନୂତନ ଚାକିରୀର ସୁଯୋଗ ପ୍ରାପ୍ତ ହୁଅନ୍ତା ଓ କିଛି ଲୋକଙ୍କର ବି ରୋଜଗାର ପାଇଁ ନୂତନ ପନ୍ଥା ଖୋଲନ୍ତା । ସେହିପରି ସମାନତା ଅଧିକାର ହିସାବରେ ଏଠାରେ କାର୍ଯ୍ୟରତ ମହିଳା ଶ୍ରମିକମାନଙ୍କୁ ସମାନ ବେତନ ଓ ବୋନସ୍‌ ଦିଆଯାଉ କଥା ମଧ୍ୟ ଉଠିଥିଲା । ବିଧାୟକ ମହୋଦୟ ଗମ୍ଭୀରତାର ସହ ସମସ୍ତ କଥା ଶୁଣିବା ପରେ ପ୍ରତିଶ୍ରୁତି ଦେଇଥିଲେ ଯେ, ଏଥିପ୍ରତି ଯଥାଶୀଘ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଓ ଶ୍ରମିକମାନଙ୍କ ଅସୁବିଧା ଦୂର କରାଯିବ । ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ କେ. ଚନ୍ଦ୍ରଶେଖର ରେଡ୍ଡୀ, ଓକିଲ ଧର୍ମା ରେଡ୍ଡୀ, କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ପୁରୁଷୋତ୍ତମ ପ୍ରଧାନ, ସୁମନ୍ତ ମହାରଣା, ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ଭାଗ ନେଇ ନିଜ ନିଜର ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.