centurian jitm

ଲୋକସଭା ସାଂସଦଙ୍କ ମୁରିବାହାଲ ବ୍ଲକ ପ୍ରତିନିଧି ରୂପେ ଶ୍ରୀବତ୍ସ ବେହେରା ନିଯୁକ୍ତ : ବିଭିନ୍ନ ମହଲରୁ ଶୁଭେଚ୍ଛା

nschool

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନବନିର୍ବାଚିତ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ମୁରିବାହାଲ ବ୍ଲକ ସାଂସଦ ପ୍ରତିନିଧି ରୂପେ ଶ୍ରୀବତ୍ସ ବେହେରା ପୁଣି ଥରେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ବେହେରା ସାଂସଦ ପ୍ରତିନିଧି ନିଯୁକ୍ତ ହେବା ପରେ ମଙ୍ଗଳବାର ସେ ତାଙ୍କର ନିଯୁକ୍ତି ପତ୍ର ମୁରିବାହାଲ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ପ୍ରଦାନ କରିଥିଲେ । ଏହାପରେ ବ୍ଲକ ସଭାଗୃହରେ ନବନିଯୁକ୍ତ ସାଂସଦ ପ୍ରତିନିଧି ଶ୍ରୀ ବେହେରାଙ୍କ ସମ୍ମାନାର୍ଥେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ବିଜେପି ନେତା ସୁରେଶ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ ମୁଖ୍ୟ ଅତିଥି, ବ୍ଲକ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଏଇଇ ଅବିନାଶ ମୁଦି, ସେକ୍ସନ ଅଫିସର ରାଜେନ୍ଦ୍ର ନାଏକ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ । ନବନିଯୁକ୍ତ ସାଂସଦ ପ୍ରତିନିଧି ଶ୍ରୀ ବେହେରା ବର୍ତ୍ତମାନର ଡବଲ ଇଞ୍ଜିନ ସରକାରରେ ନିଜ ସହ ସମସ୍ତ ଦଳୀୟ କର୍ମକର୍ତ୍ତା ପ୍ରଶାସନ ସହ ଉତ୍ତମ ସମନ୍ଵୟ ରକ୍ଷା କରି ସରକାରୀ ଯୋଜନାର ସୁଫଳ କିପରି ଲୋକଙ୍କୁ ମିଳିପାରିବ ସେଥିପାଇଁ କାର୍ଯ୍ୟ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ମୁରିବାହାଲ ମଣ୍ଡଳ ସଭାପତି ସୁରେଶ ଭୋଇ, ସମ୍ପାଦକ ନାରାୟଣ ସାହୁ, ଗାଁରେଇ ମଣ୍ଡଳ ସଭାପତି ମହାଦେବ ଟାହାଣି, ସମ୍ପାଦକ ପଦ୍ମନାଭ ସାହୁ, ହଳଦୀ ମଣ୍ଡଳ ସଭାପତି ଈଶ୍ୱର ପୁଟେଲ, ସମ୍ପାଦକ ସୁବାସ ପୋଡ଼ଙ୍କ ସହ ଧବଳେଶ୍ଵର ଲୁହା, ସୁରେଶ ନେଉରା, ରାମୁ କୁମ୍ଭାର, ରାଜୀବ ମହାନ୍ତି, ପ୍ରଦୀପ ବଛା, ବାଳକୃଷ୍ଣ ପୁଟେଲ, ତେଜୁରାମ ବାଗ, ରମାରଞ୍ଜନ ସେଠ, ଗୁପ୍ତେଶ୍ୱର ସାହୁ, ଫକିର ଲୁହା, ଟୁନା ବାବାଙ୍କ ସମେତ ବ୍ଲକର ସମସ୍ତ ବିଜେପି ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ ମୁରିବାହାଲ ମଣ୍ଡଳ ସମ୍ପାଦକ ନାରାୟଣ ସାହୁ ଧନ୍ୟବାଦ ଦେଇଥିଲେ । ଶ୍ରୀ ବେହେରାଙ୍କୁ ବିଭିନ୍ନ ମଣ୍ଡଳ ଓ ପଞ୍ଚାୟତ କର୍ମକର୍ତ୍ତାଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.