ବିଧୁ ଭୂଷଣ ତ୍ରିପାଠୀ ପିସିସି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିସିସି ସଭାପତିଙ୍କ ସୁପାରିଶ ଏବଂ ଏଆଇସିସି ସଭାପତି ମଲିକାର୍ଜୁନ ଖାର୍ଗେଙ୍କ ଅନୁମୋଦନ କ୍ରମେ ଯୁବନେତା ତଥା ଏଆଇସିସି ସଭ୍ୟ ବିଧୁ ଭୂଷଣ ତ୍ରିପାଠୀଙ୍କୁ ପିସିସି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଛାତ୍ର ଜୀବନରୁ କଂଗ୍ରେସ ଦଳର ରାଜନୀତିରେ ଜଡିତ ଶ୍ରୀ ତ୍ରିପାଠୀ ସମ୍ବଲପୁର ବିଶ୍ଵବିଦ୍ୟାଳୟର ଛାତ୍ର ସଂସଦ ସଭାପତି ରୂପେ ନିର୍ବଚିତ ହୋଇ ରାଜ୍ୟ ଛାତ୍ର କଂଗ୍ରେସର ମୁଖପାତ୍ର ଭାବେ ତିନି ବର୍ଷ କାର୍ଯ୍ୟ କରିଥିଲେ । ୨୦୦୧ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ସଫଳତାର ସହ ଦଳ ପାଇଁ କାର୍ଯ୍ୟ କରିଥିଲେ । ପିସିସି ସମ୍ପାଦକ ଭାବେ ମଧ୍ୟ ତିନି ବର୍ଷ ଧରି ନୂଆପଡ଼ା ଜିଲ୍ଲାର ପ୍ରଭାରୀ ରୂପେ ସେ କାର୍ଯ୍ୟ କରିବା ସହ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଥିଲେ । ନିର୍ବାଚିତ ପିସିସି ଓ ଏଆଇସିସି ସଭ୍ୟ ଥିବା ଶ୍ରୀ ତ୍ରିପାଠୀ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ କଂଗ୍ରେସ ଦଳର ସଂଗଠନ ଓ ନିର୍ବାଚନ ପାଇଁ କାର୍ଯ୍ୟ କରିଛନ୍ତି । ଗତ ୨୦୧୯ ନିର୍ବାଚନ ସମୟରେ ସୋନିଆ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳୀ ରାଇବରେଲିରେ ମଧ୍ୟ ନିର୍ବାଚନ ପ୍ରଚାର କାର୍ଯ୍ୟ କରିଥିଲେ । ପିସିସି ତରଫରୁ ସୁନ୍ଦରଗଡ଼ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିଥିବା ଶ୍ରୀ ତ୍ରିପାଠୀ ନିଜର ଏହି ନୂଆଁ ନିଯୁକ୍ତି ପାଇଁ ଏଆଇସିସି ସଭାପତି ମଲିକାର୍ଜୁନ ଖାର୍ଗେ, ଏଆଇସିସି ଡ. ଚେଲ୍ଲା କୁମାରଜୀ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ଦଳ ପାଇଁ ନିଷ୍ଟା ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ବଦ୍ଧ ଥିବା କଥା ବିଧୁ ଭୂଷଣ ତ୍ରିପାଠୀ ଜଣାଇଛନ୍ତି ।

Leave A Reply

Your email address will not be published.