ବଲାଙ୍ଗିର, (କେପିଏନ୍ଏସ୍) : ଭୁତିଆରବାହାଲ ଗ୍ରାମର ବିଜୟ ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ମାସର ଦଶମୀ ଠାରୁ ଆରମ୍ଭ ହୋଇ ଏହି ଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦ୍ଯାପିତ ହେବ । ଏହି ରାସୋତ୍ସବରେ ମହାପ୍ରଭୁ ଶ୍ରୀ ରାଧାକୃଷ୍ଣଙ୍କୁ ରଥରେ ବସାଇ ଗ୍ରାମ ପରିକ୍ରମା କରାଯାଇଥାଏ । ପ୍ରଥମ ଦିନରେ ମହାପ୍ରଭୁଙ୍କୁ ମନ୍ଦିର ଠାରୁ ଯମୁନା ନଦୀକୁ ନେଇ ସ୍ନାନ କରାଯାଏ । ଏହି କାର୍ଯ୍ୟକ୍ରମରେ ପ୍ରତ୍ୟହ ସଂକୀର୍ତ୍ତନ ଦଳ, ଘୋଡାନାଚ ଦଳ, ଦୁଲ୍ଦୁଲି ବଜା ଯୋଗଦାନ କରି ଉତ୍ସବକୁ ମୁଖର କରିଥିଲେ । ଏହି ବିଜୟ ରଥଯାତ୍ରା ମହୋତ୍ସବରେ ଦେଓଗାଁ, କଲାହାଣ୍ଡିର ଝିଅମାନଙ୍କ ରାମଳୀଳା ନାଟକ, ଖରଝୁରା ଦଣ୍ଡ, ଜଗଦମ୍ବା ଅପେରା, ପରମାଣପୁର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହଜାର ହଜାର ଲୋକ ରଥଯାତ୍ରାରେ ସାମିଲ ହୋଇ ମୀନାବଜାର ଉପଭୋଗ କରୁଛନ୍ତି ।