ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ : ୪ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ସୁରକ୍ଷାକର୍ମୀ ଗୁଳିରେ ୪ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ସୂଚନାନୁଯାୟୀ, ମିରତୁର ଥାନା ଅନ୍ତର୍ଗତ ପୋମରା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସିଆରପିଏଫ୍ ଡିଆରଜି ଓ ଏସ୍‌ଟିଏଫ୍ ଯବାନଙ୍କ ମିଳିତ କୁମ୍ଵିଂ ଅପରେସନ ବେଳେ ମାଓବାଦୀମାନେ ଗୁଳି ଚଳାଇଥିଲା । ସୁରକ୍ଷା ବାହିନୀ ଏହାର ପ୍ରତି ଜବାବ ଦେଇଥିଲା । ସୁରକ୍ଷା ବାହିନୀ ଗୁଳିରେ ୪ ହାର୍ଡକୋର ମାଓବାଦୀ ନିହତ ହୋଇଥିଲେ । ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି । ବିଜାପୁର ଏସପି ଅଞ୍ଜନେଇ ବାର୍ନୀ ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.