ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସୁକୁମତିରେ ଆୟୋଜିତ ନାଇଟ୍‍ ବ୍ଲୁମ କାର୍ଯ୍ୟକ୍ରମ

  • ଆତ୍ମହତ୍ୟା ସମାଧାନର ବାଟ ନୁହେଁ

ବଲାଙ୍ଗିର, (କେପିଏନ୍‌ଏସ୍‌) :ବର୍ତ୍ତମାନ ସମୟରେ ଆତ୍ମହତ୍ୟା ପ୍ରବଣତା ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି । ଛୋଟ ଛୋଟ କଥାରେ କମ ବୟସରେ ଧୌର୍ଯ୍ୟହରା ହୋଇ ଜୀବନ ହାରୁଛନ୍ତି । ଏହା ଏକ ସାମାଜିକ ବ୍ୟାଧି ଭାବେ ପରଗଣିତ ହୋଇଛି । ବୟସର ବିଭିନ୍ନ ବର୍ଗରେ ଏକାନ୍ତ, ଆର୍ଥିକ, ପରୀକ୍ଷାରେ ଓ ଚାକିରିରେ ଅସଫଳତା, ସାମାଜିକ ଗଣମାଧ୍ୟମର କୁପ୍ରଭାବ ଯୋଗୁଁ ମାନସିକ ଚାପରେ ଯୁବପିଢ଼ି ଭାରାକ୍ରାନ୍ତ ହୋଇପଡ଼ୁଛନ୍ତି । ଏହା ସଭ୍ୟ ସମାଜ ପାଇଁ ଶୋଭନୀୟ ନୁହେଁ । ଆତ୍ମହତ୍ୟା ସମାଧାନର ବାଟ ନୁହେଁ । ଆତ୍ମନିର୍ଭରଶୀଳ ହେବା, ଆମେ ଜୀବନକୁ ସାଙ୍ଗସାଥୀ, ପରିବାରଙ୍କ ସହ ସୁଖ ଦୁଃଖ ବାଣ୍ଟିବ । ନିଜେ ବଞ୍ଚି ଅନ୍ୟମାନଙ୍କୁ ମଧ୍ୟ ଜୀଇଁବାକୁ ଦେବା । ଆମେ ସୁସ୍ଥ ସମାଜ ଗଠନରେ ସହାୟକ ହେବା ବୋଲି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସୁକୁମତିରେ ଆୟୋଜିତ ନାଇଟ୍‍ ବ୍ଲୁମ କାର୍ଯ୍ୟକ୍ରମରେ ମତପ୍ରକାଶ ପାଇଛି । ଶୁକ୍ତିମତିର ଅଧୀକ୍ଷକ ଡ.ପ୍ରିୟଙ୍କା ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ବିଶ୍ୱବିଦ୍ୟାଳୟର ମାନବସମ୍ବଳ ବିକାଶର ନିର୍ଦ୍ଦେଶକ ତଥା ଏସୋସିଏସଟ୍‍ ପ୍ରଫେସର ଡ.ପ୍ରତାପ ଦାଶ ମୁଖ୍ୟ ଅତିଥି, ସାମ୍ବାଦିକ ବିଭୁ କଲ୍ୟାଣ ଗଡ଼ତ୍ୟା ମୁଖ୍ୟବକ୍ତା, ଡେପୁଟି ରେଜିଷ୍ଟାର ବିଶ୍ୱଜିତ ବେହେରା, ସହକାରୀ ପ୍ରଫେସର ଡ. ମନୋଜ ନାଗ ଓ ସହକାରୀ ଅଧୀକ୍ଷକ ସାରିକା ବିଲୁଙ୍ଗ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ଛାତ୍ରୀ ପ୍ରକୃତି ନନ୍ଦ ଅତିଥି ପରିଚୟ କରିଥିବା ବେଳେ ଛାତ୍ରୀମାନେ ସ୍ୱାଗତ ସଙ୍ଗୀନ ଗାନ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଏହି ଅବସରରେ ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ସମସ୍ତେ ଝୁମିଥିଲେ । କାର୍ଯ୍ୟକ୍ରମରେ ପ୍ରିୟଙ୍କା ସାହୁ, ଇଶ୍ୱରୀ ମଲ୍ଲିକ, ଶୁଶ୍ରୀତା ଭୁଏ, ତିତୀକ୍ଷା ସାହୁ, ୟୋସ୍ୱୀ ସୋନି, ସୋନାଲି ମେହେର, ଜ୍ୟୋତି ଟାକ୍ରି, ଗୀତାଞ୍ଜଳି ମେହେର, ଅର୍ଚ୍ଚନା ବିଶି, ରୋଶନୀ ମେହେର, ଗାୟତ୍ରୀ ବୈଠାରୁ, ପ୍ରୀତିପ୍ରଜ୍ଞା ଦେହୁରୀ, ଅଙ୍କିତା ମିଶ୍ରଙ୍କ ସମେତ ବିଭାଗୀୟ ଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ସମସ୍ତ ର୍କ୍ୟାକ୍ରମକୁ ଛାତ୍ରୀ ସିଦ୍ଧିଶ୍ରୀ ପ୍ରଧାନ ଓ ଝିଲି ପଧାନ ସଂଯୋଜନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.